ପାରିବାରିକ ଅଶାନ୍ତିକୁ ନେଇ ଯୁବକଙ୍କ ଆତ୍ମହତ୍ୟା

0

ମୋହନା : ଗଜପତି ଜିଲା ମୋହନା ପଞ୍ଚାୟତ ହାଇସ୍କୁଲ ଛକ ନିଜ ଘରେ ଜଣେ ଯୁବକ ପାରିବାରିକ ଅଶାନ୍ତିକୁ ନେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବର ଅନୁସାରେ, ମୃତକ ଜଣଙ୍କ ବ୍ରଜ ସାହୁଙ୍କ ପୁଅ କୈଳାଶ ଚନ୍ଦ୍ର ସାହୁ (୨୨)। ମଙ୍ଗଳବାର ଅପରାହ୍ନ ୨ଟା ସମୟରେ କୈଳାଶ ଚନ୍ଦ୍ର ସାହୁ ପାରିବାରିକ ଅଶାନ୍ତିକୁ ନେଇ ନିଜ ବାସଗୃହ ଫ୍ୟାନ ହୁକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହା ଦେଖି ପରିବାର ଲୋକେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡ.ପ୍ରଜିତ୍‍ ନାୟକ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ମୋହନା ଥାନା ଏଏସଆଇ ସି.ଏଚ.କାମରାଜୁ ରେଡି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ମୃତ କୈଳାଶର ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିବା ଜଣାପଡିଛି।

Leave A Reply