୩ଟି କ୍ଷେତ୍ରରେ ସଂସ୍କାର ଆବଶ୍ୟକ; ଗଜପତି ମହାରାଜା

0

ପୁରୀ: ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗକୁ ନେଇ ଶନିବାର ଶ୍ରୀନଅରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଶାସନିକ, ସେବକ ସମ୍ପର୍କିତ ଏବଂ ଧାର୍ମିକ କ୍ଷେତ୍ରରେ ସଂସ୍କାର ଅତ୍ୟନ୍ତ ଜରୁରୀ ।  ଏହି ୩ଟି କ୍ଷେତ୍ରରେ ମୂଳତଃ ସଂସ୍କାରର ଆବଶ୍ୟକତା ରହିଛି ଓ ଏଥିପ୍ରତି ଦୃଷ୍ଟି ଦେବାକୁ ଆମିକସ୍‌ କ୍ୟୁରିଙ୍କୁ କହିଛି ବୋଲି ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିକ୍ରିୟାରେ କହିଛନ୍ତି । ଏହା ସହ ଗଜପତି ମହାରାଜା ଆହୁରି କହିଛନ୍ତି ଶ୍ରୀମନ୍ଦିରରେ ସଂସ୍କାର ନିହାତି ଅପରିହାର୍ଯ୍ୟ । ୧୯୬୦ ମସିହାରେ ରାଜ୍ୟ ସରକାର ଶ୍ରୀମନ୍ଦିର ଦାୟିତ୍ବ ନେ​‌ଲେ । କିନ୍ତୁ ଶ୍ରୀମନ୍ଦିରର ସମସ୍ୟାଗୁଡିକ ଉପରେ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଇ ନାହାନ୍ତି ।

 

Leave A Reply