ଶୃଙ୍ଖଳିତ ରଥଯାତ୍ରା ପାଇଁ ଗଜପତିଙ୍କ କୃତଜ୍ଞତା

ପୁରୀ : ଚଳିତବର୍ଷର ଐତିହାସିକ ରଥଯାତ୍ରା ଶୃଙ୍ଖଳିତ ତଥା ସଫଳତାର ସହ ସମାପନ ହୋଇଥିବାରୁ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ କୃତଜ୍ଞତା ଜଣାଇଛନ୍ତି। ଏକ ପ୍ରେସ୍‌ ବିବୃତିରେ ଗଜପତି ମହାରାଜା ଉଲ୍ଳେଖ କରିଛନ୍ତି, ‘‘ମହାପ୍ରଭୁ ଶ୍ରୀଶ୍ରୀଜଗନ୍ନାଥଙ୍କ କରୁଣାରୁ ତାଙ୍କର ରଥଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ପବିତ୍ର ଉତ୍ସବକୁ ସଫଳ କରିବା ପାଇଁ ଉତ୍ସର୍ଗୀକୃତ ସେବା ଯୋଗାଇଥିବାରୁ ମୁଁ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ସେବକଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏଥିସହିତ କୋଭିଡ୍‌ ନିୟମକୁ ମାନି ଘରେ ରହି ଟିଭିରେ ଦର୍ଶନ କରିବା ସହ ଶୃଙ୍ଖଳିତ ରଥଯାତ୍ରା ଆୟୋଜନରେ ବିଶେଷ ଅବଦାନ ରଖିଥିବା ସମସ୍ତ ଜଗନ୍ନାଥ ଭକ୍ତଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି।’’

Comments are closed.