ଅଟୋ ଓଲଟି ଜଣେ ମୃତ, ୯ ଆହତ

ମୋହନା: ଗଜପତି ଜିଲ୍ଳା ମୋହନା ଥାନା ଅନ୍ତର୍ଗତ ଭାଲିଆଗୁଡା ଗାଁ ନିକଟସ୍ଥ ଘାଟିରେ ଅଟୋ ଓଲଟି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବା ବେଳେ ମହିଳା ଓ ଶିଶୁ ସମେତ ୯ ଜଣ ଆହତ ହୋଇଛନ୍ତି। ମୃତ ବୃଦ୍ଧା ଜଣକ ହେଲେ, ଚଢିଆପଦା ଗାଁ କାନ୍ଦ୍ରିଙ୍ଗା ମଲ୍ଳିକ (୬୦)। ବୁଧବାର ଭାଲିଆଗୁଡାର କିଛି ଗର୍ଭବତି ମହିଳା ଓ ଶିଶୁ ସମେତ ୧୦ ଜଣ ଏକ ଅଟୋରେ ଟିକା କରଣ ଓ ଛତୁଆ ଖାଦ୍ୟ ପାଇଁ କେଶରା ସ୍ଥିତ ଅଙ୍ଗନବାଡି କେନ୍ଦ୍ରକୁ ଯାଉଥିଲେ। ପୁର୍ବାହ୍ନ ପ୍ରାୟ ୧୧ଟା ବେଳେ ଅଟୋଟି ଭାଲିଆଗୁଡା ଗାଁ ନିକଟସ୍ଥ ବୁଲାଣୀରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା।ଫଳରେ ସମସ୍ତ ଯାତ୍ରି ଆହତ ହୋଇଥିଲେ। ଆହତମାନଙ୍କୁ ସ୍ଥାନିୟ ଲୋକ ଉଦ୍ଧାର କରି ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ ସେଠାରେ କାନ୍ଦ୍ରିଙ୍ଗାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଖବର ପାଇ ମୋହନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ଅଟୋକୁ ଜବତ କରିବା ସହ ମୃତଦେହକୁ ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇଛି। ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।

Comments are closed.