ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ମୋହନା ବ୍ଳକ୍ ପରିଦର୍ଶନ

ମୋହନା: ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ ଦିନିକିଆ ମୋହନା ବ୍ଳକ୍ ପରିଦର୍ଶନ କରି ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ ବ୍ଳକ ସମିତି ସଭାଗୃହରେ ବିଡିଓ ବଂଶୀଧର ଖୋସଲା , ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ୟ୍ୟ, ଜିଲ୍ଲାରୁ ଆସିଥିବା ଅଧିକାରୀଙ୍କ ସମେତ ବ୍ଳକର ସମସ୍ତ ପିଇଓ, ଜିଆରଏସ୍‌, କନିଷ୍ଠ ଯନ୍ତ୍ରୀଙ୍କ ସହିତ ନରେଗା କାମକୁ ତ୍ୱରାନ୍ନିତ କରି ସମସ୍ତ ପ୍ରବାସୀ ଓ ସ୍ଥାନୀୟ ପଞ୍ଚାୟତବାସୀଙ୍କୁ କାମ ଯୋଗାଇବା , ଶତ ପ୍ରତିଶତ ଶ୍ରମ ଦିବସ ସୃଷ୍ଟି କରିବା, ତୁରନ୍ତ ଅଧପନ୍ତରିଆ ହୋଇ ରହିଥିବା ପ୍ରଧାନମନ୍ତ୍ରୀ ଆବାସକୁ ଶେଷ କରିବା, ଅଂଗନାବାଡ଼ି ଗୃହ ନିର୍ମାଣ ଆଦି ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ତତସହିତ ବହୁ ଦିନ ଧରି ଅଟକି ରହିଥିବା ବିଭିନ୍ନ କାମକୁ ଯଥାଶୀଘ୍ର  ଶେଷ କରିବା ପାଇଁ ପିଇଓ, ଜେଇ ଓ ଜିଆରଏସ୍‌ ମାନଙ୍କୁ ତାଗିତ କରିଥିଲେ ଏବଂ ମୋହନା ବ୍ଲକରେ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟକୁ ପ୍ରଶଂ ସା ମଧ୍ୟ କରିଥିଲେ ।

Comments are closed.