ବିରିକୋଟରେ ୮୭ଟି ଅଭିଯୋଗ ଶୁଣିଲେ ଜିଲାପାଳ

ମୋହନା : ଗଜପତି ଜିଲା ମୋହନା ବ୍ଳକ ଅନ୍ତର୍ଗତ ବିରିକୋଟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ଗଜପତି ଜିଲାପାଳ ଅନୁପମ ସାହା ଯୋଗଦେଇ ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣିଛନ୍ତି। ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୮୭ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୨୭ଟି ବ୍ୟକ୍ତି ଓ ୬୦ଟି ସାମୁହିକ ଅଭିଯୋଗ ଥିଲା। ଅଭିଯୋଗ ମଧ୍ୟରେ ଅଞ୍ଚଳରରେ ରାସ୍ତାଘାଟ ନିର୍ମାଣ, ପାନୀୟ ଜଳ, ଚେକଡ୍ୟାମ, ଜମିବିବାଦର ସମାଧାନ ସହ ଜମି ପଟା ପ୍ରଦାନ ପାଇଁ ଦାବି କରିଥିଲେ ପଞ୍ଚାୟତବାସି। ଏହି ଅବସରରେ ୬ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୮୦ ହଜାର, ରେଡକ୍ରସ ପାଣ୍ଠିରୁ ୩ ଜଣଙ୍କୁ ୩୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏଥିସହ ୧୨ଟି ଅଭିଯୋଗ ତତକାଳୀନ ସମାଧାନ କରିଥିଲେ ଜିଲାପାଳ।

ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଏସପି ଶିତାରାମ ଶତପଥି, ଏସଡିପିଓ ଅଶୋକ କୁମାର ମହାନ୍ତି, ବିଡିଓ ବଂଶିଧର ଖୋସଲା, ସରପଞ୍ଚ ମୋଷା ମାଝୀ, ବ୍ଳକ ଉପାଧ୍ୟକ୍ଷ ବାଲମିନା ଅଧିକାରୀ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରିଣୀ ଝୁନୁରାଣୀ ପଟ୍ଟନାୟକଙ୍କ ସମେତ ଜିଲା ଅଧିକାରୀ ଓ ବ୍ଳଳ ପଦାଧିକାରୀ ପ୍ରମ୍ମୁଖ ଯୋଗ ଦେଇଥିବା ବେଳେ ଜିପିଇଓ ନରସିଂହ ମାଣ୍ଡଙ୍ଗି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବର୍ଷର ଶେଷ ଅଭିଯୋଗ ଶୁଣାଣୀ ଥିବାରୁ ସ୍ୱାଭାବିକ ଭାବରେ ଅଭିଯୋଗ କମ ଥିବା ଜଣାପଡିଥିଲା।

Comments are closed.