‘ଗଜ’ ମୃତ୍ୟୁ ସଂଖ୍ୟା ୪୫କୁ ବୃଦ୍ଧି

0

ଚେନ୍ନଇ : ତାମିଲନାଡ଼ୁରେ ବାତ୍ୟା ‘ଗଜ’ଜନିତ ମୃତ୍ୟୁସଂଖ୍ୟା ୪୫କୁ ବୃଦ୍ଧିପାଇଛି। ସରକାରଙ୍କ ପକ୍ଷରୁ ଉଦ୍ଧାର ଓ ସହାୟତା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବାବେଳେ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ ରାଜ୍ୟର ସମସ୍ତ ରାଜନୈତିକ ଦଳଙ୍କୁ ଏଥିରେ ସହଯୋଗ କରିବାକୁ ନିବେଦନ କରିଛନ୍ତି। ବାତ୍ୟା ପ୍ରଭାବରେ ୭୩୫ଗୋରୁ ପ୍ରାଣ ହରାଇଥିବାବେଳେ ୧ଲକ୍ଷ ୧୭ହଜାର ଘର ଭାଙ୍ଗିଛି ଓ ୧ଲକ୍ଷ ୭୦ହଜାର ଗଛ ଉପୁଡ଼ିପଡ଼ିଛି। ସେହିଭଳି ୮୮ହଜାର ୧୦୨ହେକ୍ଟର ଜମିର ଫଳସଲ ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ଅଢ଼େଇ ଲକ୍ଷ ଜନତାଙ୍କୁ ୪୮୩ ରିଲିଫ ଶିବିରରେ ସୁରକ୍ଷିତ ଆଶ୍ରୟ ଦିଆଯାଇଛି ଓ ୧୦୧୪ ଭ୍ରାମ୍ୟମାଣ ଭ୍ୟାନ୍‍ ପ୍ରଭାବିତ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି। ଭାଙ୍ଗିଯାଇଥିବା ୪୦ହଜାର ବିଦ୍ୟୁତ୍‍ ଖୁଣ୍ଟକୁ ଶୀଘ୍ର ମରାମତି କରାଯାଇ ବିଦ୍ୟୁତ୍‍ ସଂଯୋଗ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆବଶ୍ୟକ ସହାୟତା ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ବାତ୍ୟା ପ୍ରଭାବରେ ତାମିଲନାଡୁର ନାଗାପଟ୍ଟିନମ, ପୁଡୁକୋଟ୍ଟାଇ, ରାମନାଥପୁରମ୍‍ ଓ ତିରୁଭାରୁର ସମେତ ୬ଟି ଜିଲାରେ ପ୍ରବଳ କ୍ଷତି ଘଟିଛି।

Comments
Loading...