କେଜରିୱାଲଙ୍କ ସମର୍ଥନରେ ବାହାରିଲେ ଗଡ଼କାରୀ

0

ନୂଆଦିଲ୍ଲୀ : ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମେ ବିଜେପି ନେତା ନୀତୀନ ଗଡକାରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସମର୍ଥନ କରିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସରକାରୀ କାର୍ଯ୍ୟକ୍ରମରେ କିଛି ଲୋକ ମିଛରେ କାଶିକାଶି କେଜରିୱାଲଙ୍କୁ ବ୍ୟଙ୍ଗ କରୁଥିବା ବେଳେ ଗଡ଼କାରୀ ଏବଂ ହର୍ଷବର୍ଦ୍ଧନ ସେମାନଙ୍କୁ ଅଟକାଇ କେଜରିୱାଲଙ୍କୁ ଲଜ୍ଜିତ ହେବାରୁ ବଞ୍ଚାଇଛନ୍ତି। କାଶଜନିତ ସମସ୍ୟା ଯୋଗୁ ନାନା ସମୟରେ ସମାଲୋଚିତ ହୋଇଥିବା କେଜରିୱାଲ ଏଠାକାର ବିଜ୍ଞାନଭବନରେ ଅଡୁଆ ପରିସ୍ଥିତିରେ ପଡିଯାଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ କିଛି ଲୋକ ବାରମ୍ବାର କାଶୁଥିଲେ। ନିରବ ରହିବାକୁ କେଜରିୱାଲଙ୍କ ତାଗିଦ ସତ୍ତ୍ବେ ସେମା​‌େ​‌ନ କାଶିବା ବନ୍ଦ କରୁ ନ ଥିଲେ;ବରଂ ଅଧିକ କାଶିବା ଆରମ୍ଭ କରିଥିଲେ। ଏହା ଦେଖି ବୈଠକରେ ଉପସ୍ଥିତ ଗଡ଼କାରୀ ଏବଂ ହର୍ଷବର୍ଦ୍ଧନ ସେମାନଙ୍କୁ ତାଗିଦ କରିଥିଲେ। ଏହି ଘଟଣା ପରେ କେଜରିୱାଲ ତାଙ୍କ ବକ୍ତବ୍ୟରେ ଗଡକାରୀଙ୍କର ପ୍ରଶଂସା କରିଥିଲେ। ଯମୁନା ନଦୀ ସଫେଇ ଅଭିଯାନ ଆରମ୍ଭ ନେଇ ଅନୁଷ୍ଠିତ ଏହି ବୈଠକରେ ବହୁ ନେତା ଉପସ୍ଥିତ ଥିଲେ। ତେବେ କେଜରିୱାଙ୍କ ପ୍ରତି ଗଡକାରୀଙ୍କ ଏଭଳି ସହୃଦୟତାକୁ ନେଇ ଭିନ୍ନ ଆଲୋଚନା ହେଉଛି। କେଜରିୱାଲଙ୍କୁ ସମର୍ଥନ କରି ଗଡକାରୀ ଭବିଷ୍ୟତରେ ମେଣ୍ଟ ସମ୍ଭାବନାର ସୂଚନା ଦେଇଛନ୍ତି ବୋଲି କୁହାଯାଉଛି।

Leave A Reply