ଖୁବଶୀଘ୍ର ରିଲିଜ୍ ହେବ ନୀତିନ୍ ଗଡ଼କରୀଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର

0

ମୁମ୍ବଇ : ବଲିଉଡରେ ଚଳିତ ଦିନରେ ଜଣେ ପରେ ଜଣେ ରାଜନେତାଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ତେବେ ଏହି ତାଲିକାରେ ଏବେ ଆଉ ଜଣେ ରାଜନେତାଙ୍କ ନାଁ ଯୋଡ଼ି ହୋଇଯାଇଛି। ସେ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ। ତାଙ୍କ ଜୀବନୀକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଯାହାର ଟ୍ରେଲର ଟ୍ରେଲର୍ ରିଲିଜ୍ ହୋଇଯାଇଛି। ଚଳଚ୍ଚିତ୍ରର ନାଁ ରଖାଯାଇଛି ‘ଗଡ଼କରୀ’। ଯାହାର ନିର୍ଦ୍ଦେଶନା ଦେଇଛନ୍ତି, ଅନୁରାଗ ଭୁସାରୀ। ଚଳଚ୍ଚିତ୍ରରେ ନୀତିନ୍ ଗଡ଼କରୀଙ୍କ ଭୂମିକାରେ ଅଭିନେତା ରାହୁଲ ଚୋପ୍ରା ଅଭିନୟ କରିଛନ୍ତି। ତେବେ ଏହା ଏକ ପ୍ରାମାଣିକ ଚଳଚ୍ଚିତ୍ର ହୋଇଥିବାରୁ ଏହାକୁ ପ୍ରେକ୍ଷାଳୟ ମାନଙ୍କରେ ରିଲିଜ୍ କରାଯିବନାହିଁ। ୫ ମାର୍ଚ୍ଚ ପୂର୍ବରୁ ଏହି ଚଳଚ୍ଚିତ୍ର ୟୁଟ୍ୟୁବରେ ରିଲିଜ୍ ହେବାର ସମ୍ଭାବନା ରହିଛି।

Leave A Reply