ଜନ୍ମ ଦିନରେ ଚାଲିଗଲା ଜୀବନ, ନଦୀରେ ବୁଡି ଶିଶୁପୁତ୍ର ମୃତ

ଗଡମଧୁପୁର :  ଧର୍ମଶାଳା ଥାନା ଅନ୍ତର୍ଗତ ପଟୁଣିଆ ପଂଚାୟତ ବଡ ନଛିପୁରା ଗ୍ରାମ ନିକଟରେ ବଡ ଗେଙ୍ଗୁଟି ନଦୀରେ ବୁଡି ଶିଶୁପୁତ୍ରର ମୃତ୍ୟୁ ହୋଇଛି। ଶିଶୁଟିର ଗତକାଲି ଜନ୍ମଦିନ ଥିବା ବେଳେ ଏଭଳି ଦୁଃଖଦ ଖବର ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ଖବର ନେବାରେ ଜଣା ଯାଇଛି ବରୀ ଥାନା ଅଣିକଣା ଗ୍ରାମର ରମାକାନ୍ତ ରାଉତଙ୍କ ୫ବର୍ଷର ଶିଶୁପୁତ୍ର ବିଶ୍ୱେଶ୍ୱରର ଜନ୍ମଦିନ ଥିବାରୁ ପରିବାରରେ ହସଖୁସିର ଲହର ଥିଲା। ବିଶ୍ୱେଶ୍ୱର ଅଜା ଘରେ ୨୦ଦିନ ଧରି ରହିଆସୁଥିଲା। ବାପା ମାଆ ଜନ୍ମଦିନ ପାଳିବାକୁ ଆସି ସେଠାରେ ପହଞ୍ôଚ ଥିଲେ। ପିଲାଟି ଖେଳକୁଦ କରୁଥିବା ସମୟରେ ଅଜା ଘର ନିକଟରେ ବହି ଯାଇଥିବା ଗେଙ୍ଗୁଟି ନଦୀ କୂଳକୁ ଚାଲଯାଇଥିଲା। ପିଲାଟିକୁ ନପାଇ ଖୋଜା ଖୋଜି କରିବାରୁ ତାର ମୃତ ଦେହ ନଦୀରେ ଭାସୁଥିବାର ଦେଖି ଦୁର୍ଯୋଧନ ଦଳେଇ ନାମକ ଜଣେ ବ୍ୟକ୍ତି ଉଦ୍ଧାର କରି ବଡଚଣା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଗୁରୁତର ଅବସ୍ଥା ଥିବାରୁ ଡାକ୍ତର ଉନ୍ନତ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପିଲାର ମୃତ୍ୟୁ ଖବରରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

Comments are closed.