ରେଖିଦେଇପୁର ପଞ୍ଚାୟତରେ କରୋନା ପଜିଟିଭ ଚିହ୍ନଟ ପରେ ଉତ୍ତେଜନା

ଗଡ଼ମଧୁପୁର : ଗତକାଲି ଧର୍ମଶାଳା ବ୍ଲକ ରେଖିଦେଇପୁର ପଞ୍ଚାୟତର କ୍ବାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେଲା ପରେ ଗୁରୁବାର ସେହି ଗାଁରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି। ଏହି ପଞ୍ଚାୟତର ପାଇକରାପୁରର ବାସିନ୍ଦା ମହାରାଷ୍ଟ୍ରରୁ ଆସିଥିବା ବେଳେ ଓ ରେଖିଦେଇପୁର ଗାଁର ବ୍ୟକ୍ତି ଜଣକ ହାଇଦ୍ରାବାଦରୁ ଆସି ଆସି କ୍ବାରେଣ୍ଟାଇନରେ ଥିଲେ। ୧୪ଦିନ ରହିବାପରେ ସେମାନଙ୍କର ରକ୍ତ ନମୁନା ସଂଗ୍ରହ କରା ନ ଯିବାରୁ ସ୍ଥାନୀୟ ସରପଞ୍ଚ ଅରୁଣ ପରିଡା ଏ ସମ୍ବନ୍ଧରେ ପ୍ରଶାସନିକ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ। ପରେ ତାଙ୍କୁ ଧର୍ମଶାଳା ନିଆଯାଇ ସେମାନଙ୍କର ରକ୍ତ ନମୁନା ପରିକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ଠାରେ କୌଣସି ଲକ୍ଷଣ ନଥାଇ ରେଖିଦେଇପୁର ଗାଁର ବ୍ୟକ୍ତି ଜଣକ ଠାରେ କରୋନା ପଜିଟିଭ ଥିବା ଜଣାଯାଇଥିଲା। ଆଜି ତାଙ୍କୁ ଟାଟା କୋଭିଡ ହସପିଟାଲକୁ ପଠାଇ ଦିଆଯାଇଛି। ଏହି ଖବର ଦେବାକୁ ସରପଞ୍ଚ ରେଖିଦେଇପୁର ଯାଇଥିବା ବେଳେ ସେଠାରେ ସେହି ଗାଁର କିଛି ଲୋକ ତାଙ୍କୁ ଅଟକ ରଖି ଦୁର୍ବବ୍ୟହାର ପ୍ରଦର୍ଶନ କରିବା ସହିତ ଗାଁ ସାନିଟାରାଇଜ କରିବାକୁ ଅଡି ବସିଥିଲେ। ତେବେ ବ୍ୟକ୍ତି ଜଣକ ସଙ୍ଗରୋଧରେ ରହିଥିବାରୁ କୌଣସି ସମସ୍ୟା ନଥିବା ଏବଂ ଆସନ୍ତା କାଲି ଉକ୍ତ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ରାଜୀବ ଗାନ୍ଧୀ ସେବା କେନ୍ଦ୍ରକୁ ବିଶୋଧନ କରାଯିବାର ପ୍ରତିଶୃତି ଦେଇଥିଲେ। ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାଯାଇଛି ।

Comments are closed.