ଚଞ୍ଚକତା କରି ଉଠାଇନେଲେ ସ୍କୁଲ, ଜିଲାପାଳଙ୍କୁ ଫେରାଦ ହେଲେ ଅଭିଭାବକ

ଗଡ଼ମଧୁପୁର: ଧର୍ମଶାଳା ବ୍ଲକ ରେଖିଦେଇପୁର ପଞ୍ଚାୟତର କଦମପାଟଣା ଅନନ୍ତ ଗୋପାଳ ପ୍ରଥମିକ ବିଦ୍ୟାଳୟଟି ସରକାରୀ ନିଷ୍ପତି ଅନୁଯାୟୀ ରେଖିଦେଇପୁର ନୋଡାଲ ଉଚ୍ଚବିଦ୍ୟାଳୟ ସହିତ ମିଶିଯାଇଛି। ଯାହାକୁ ଏହି ଅଞ୍ଚଳର ସ୍ଥାନୀୟ ବାସିନ୍ଦା ଓ ପିଲାଙ୍କ ଅଭିଭାବକ ମାନେ ମିଳିତ ଭାବରେ ବିରୋଧ କରିବା ସହିତ ନିଷ୍ପତିର ପୁନଃର୍ବିଚାର ପାଇଁ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି।

ଖବର ଅନୁଯାୟୀ, ଏହି ବିଦ୍ୟାଳଟି ଆଜକୁ ଦୀର୍ଘ ୪୫ ବର୍ଷ ହେବ ଏହି ଗ୍ରାମରେ ଚାଲି ଆସିଥିଲା। ୩୮ଜଣ ପିଲାଙ୍କୁ ନେଇ ଏହି ସ୍କୁଲଟି ଚାଲିଥିବା ବେଳେ ଏବର୍ଷ ଆଉ ନାମ ଲେଖା ନ ହେବାରୁ ଆଉ କିଛି ପିଲା ନାମ ଲେଖାଇ ପାରି ନାହାଁନ୍ତି। ମିଶ୍ରଣ ଘୋଷଣା ପରେ ଗ୍ରାମବାସୀ ଏହି ନିଷ୍ପତିର ବିରୋଧ କରିଥିଲେ। ତତକାଳିନ ବିଇଓ ପ୍ରଫୁଲ କୁମାର ବେହେରାଙ୍କୁ ସାକ୍ଷାତ କରି ଏହି ନିଷ୍ପତି ବଦଳାଇବାକୁ ଗ୍ରାମବାସୀ ଦାବି, ନିବେଦନ କରିଥିଲେ। ସେ ଏବେ ନୁହେଁ କୋଭିଡ ୧୯ର ପରେ ସ୍କୁଲ ଖୋଲିଲେ ଯାହା କିଛି କରାଯାଇପାରିବ ବୋଲି କହିଥିଲେ। ପ୍ରତିଶୃତି ପରେ ଗ୍ରାମବାସୀ ଏହି ସମୟକୁ ଅପେକ୍ଷା କରିଥିବା ବେଳେ ଏହି ସ୍କୁଲର ପ୍ରଧାନ ଶିକ୍ଷକ ଗ୍ରାମବାସିଙ୍କୁ ଅନ୍ଧାରରେ ରଖି କୌଣସି ସମୟରେ ସ୍କୁଲର କାଗଜପତ୍ର ନେଇ ଯାଇ ସେ ସ୍କୁଲରେ ରଖି ଦେଇଛନ୍ତି। କାହା ପ୍ରରୋଚନା କିମ୍ବା ଚାପରେ ସେ ଏପରି କରିଛନ୍ତି ତହା ବୁଝାପଡୁନଥିବା ବେଳେ ଅବିଭାବକ କିନ୍ତୁ ଏଠାରେ ପିଲା ପାଠ ପଡ଼ିବାକୁ ଛାଡିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି। କତୃପକ୍ଷଙ୍କ ନିଷ୍ପତି ଓ ଅଭିଭାବକ ମାନଙ୍କ ନିଷ୍ପତି ମଝିରେ ଏବେ ପିଲାଙ୍କ ଭାଗ୍ୟ ବନ୍ଧା ପଡ଼ିଛି। ସ୍କୁଲ ଖୋଲି ସାରିଥିବା ବେଳେ ପିଲାଏ ଏବେ ନା ଏଠାକୁ ଯାଉଛନ୍ତି ନା ସେଠାକୁ। ଲୋକମାନଙ୍କର ଦାବି ଏତେ ଛୋଟପିଲାଙ୍କୁ ସେ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ପାଠ ପଢିବା ପାଇଁ ଗୋଟିଏ କିମିରୁ ଅଧିକ ବାଟ ଚାଲିଚାଲି ଯିବାକୁ ଦେବେ ନାହିଁ। ପାଠ ପାଇଁ ପିଲାଙ୍କ ଜୀବନକୁ ବାଜିରେ ଲଗାଇବା ଅପେକ୍ଷା ମୁର୍ଖ ହେଲେ ଭଲ। ପ୍ରକାଶ ଥାଉକି ଏହି ମର୍ଜ ହୋଇଥିବା ବିଦ୍ୟାଳୟକୁ ଜିବା ପାଇଁ ହେଲେ ପିଲାଏ ଗ୍ରାମ୍ୟ ଉନ୍ନୟନ ରାସ୍ତା ଉପର ଦେଇ ଜିବାକୁ ପଡ଼ିବ। ଯାହା କି ପୁରୁଣା ସ୍କୁଲରେ ନଥିଲା। ଅଭିଭାବକ ମାନଙ୍କର ଅଭିଯୋଗ ଯେ ପ୍ରଧାନ ଶିକ୍ଷକ ଦିବାକର ଅଙ୍ଗରାଇ ଗ୍ରାମବାସିଙ୍କ ପ୍ରତି ପ୍ରତାରଣା କରିଛନ୍ତି। ଚାଉଳ ବିକ୍ରୀ ପାଇଁ ଡାକି ସେମାନଙ୍କର ଦସ୍ତଖତ ନେଇ ସେହି ଦସ୍ତଖତ ବଳରେ ବିଦ୍ୟାଳୟକୁ ବନ୍ଦ କରିଦେଇଛନ୍ତି। ବିଦ୍ୟାଳୟରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଥିବା ଚାଉଳର ହିସାବ ଗ୍ରାମବାସୀ କିମ୍ବା କମିଟିକୁ ଦେଇ ନାହାଁନ୍ତି। ଜିଲାପାଳ ଯାଜପୁର, ବିଧାୟକ ଧର୍ମଶାଳା, ଜିଲା ଶିକ୍ଷା ଅଧିକାରୀ, ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଏ ନେଇ ସେମାନେ ୯।୨।୨୧ରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ତୁରନ୍ତ ଏହାର ସମାଧାନ ନହେଲେ ଅଭିଭାବକ ମାନେ ଆନ୍ଦୋଳନକୁ ଆସିବା ସହିତ ପିଲାମାନଙ୍କୁ ବିଦ୍ୟାଳୟକୁ ଛାଡିବେ ନାହିଁ ବୋଲି ରବିନ୍ଦ୍ର ରାଉତ, କୋଦଣ୍ଡ ଲେଙ୍କା, ଅକ୍ଷୟ ସ୍ୱାଇଁ, ସୁନାକର ମଲ, ଅରୁଣ ଲେଙ୍କ ଆଦି ଶତାଧିକ ଲୋକ ଚେତାବନୀ ଦେଇଛନ୍ତି।

Comments are closed.