ବାଲିକୁଦିଅ ବିଶୁଦ୍ଧ ପାନୀୟ ଜଳପ୍ରକଳ୍ପ: ସ୍ଥାନୀୟ ଲୋକଙ୍କ ଗୁହାରୀକୁ ଗୁରୁତ୍ୱ ଦେଉନି ପ୍ରଶାସନ, ଲୋକଙ୍କ ଜିଦ୍ ମରିବୁ ପଛେ ଜାଗା ଛାଡିବୁନାହିଁ

ଗଡ଼ମଧୁପୁର: ଧର୍ମଶାଳା ବ୍ଲକ ରାଇଚନ୍ଦା ପଞ୍ଚାୟତ ଅନ୍ତର୍ଗତ ବାଲିକୁଦିଆ ଠାରେ ସ୍ଥାପିତ ହେବାକୁ ଯାଉଥିବା ବୃହତ ବିଷୁଦ୍ଧ ପାନୀୟ ପ୍ରକଳ୍ପ ପ୍ରତିଷ୍ଠା ହେଲେ ନିକଟବର୍ତ୍ତୀ ଗାଁର ଦେଢ ଶହ ପରିବାରର ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିବ। ଏପରି ଅଭିଯୋଗ କରିଛନ୍ତି ଏହି ମୌଜାରେ ବାସ କରୁଥିବା ଦଳିତ ସମ୍ପ୍ରଦାୟର ୧୫୦ ଉର୍ଦ୍ଧ୍ବ ପରିବାର ଶତାଧିକ ପୁରୁଷ ଓ ମହିଳା।

ଅଭିଯୋଗ ଅନୁଯାୟୀ, ଏହି ପ୍ରକଳ୍ପ ନିକଟବର୍ତ୍ତୀ ୪ଖଣ୍ଡ ଗାଁର ମଧ୍ୟବର୍ତ୍ତୀ ଅଞ୍ଚଳରେ ବାଲିକୁଦିଆ ମୌଜାରେ ଖାତା ନଂ ୯୧୬, ପ୍ଲଟ ନଂ ୧୮୪୨ ଉପରେ ୧୦ ଏକରରୁ ଅଳ୍ପ କିଛି ଅଧିକ ଜମି ଗୋଚର କିସମ ହୋଇ ରହିଛି। ଯାହାକୁ ସେଠିକାର ଲୋକେ ବ୍ୟବହାର କରି ଚଳୁଛନ୍ତି। ବାଲିକୁଦିଆର କିଛି ଲୋକେ ଏହି ସରକାରୀ ଜମିରୁ ଅର୍ଦ୍ଧାଧିକ ଏରିଆକୁ ଘର, ବାଉଁଶବାରି, ବାଜିରାଉତ ପାଠା ଗାର, ପୋଖରୀ ଖନନ ଏବଂ ଏକ ସ୍କୁଲ ଘର ନିର୍ମାଣ ପାଇଁ ବ୍ୟବହାର କରି ଚଳୁଛନ୍ତି। ଅବଶିଷ୍ଟ ୫ଏକରରୁ ଅଧିକ ଜମି ଯାହା ଏବେ ଅବରୋଧ ମୁକ୍ତ ରହିଛି ସେଥିରେ ପ୍ରସାଶନ ଏବେ ଏହି ପ୍ରକଳ୍ପ କରିବାକୁ ସିଦ୍ଧାନ୍ତ କରିଥିବାରୁ ଏଠାରେ ଆଉ ପଡ଼ିଆ ଜମି ରହିବ ନାହିଁ। ଫଳରେ ଏହି ଅଞ୍ଚଳରେ ଥିବା ପଶୁ ସମ୍ପଦ ବର୍ଷାରୁତୁରେ ବହୁ ଅସୁବିଧାର ସମ୍ମୁଖିନ ହେବେ। କିନ୍ତୁ ପ୍ରଶାସନ ସ୍ଥାନୀୟ ଲୋକମାନଙ୍କର ଦାବିକୁ ଗ୍ରହଣ ନକରି ବାରମ୍ବାର ଏହି ଯାଗକୁ ଚିହ୍ନଟ କରି ଠିକାସଂସ୍ଥାକୁ ଯେଗାଇ ଦେବାକୁ ୪ଥର ଆସି ଲୋକମାନଙ୍କର ଆକ୍ରୋସର ଶିକାର ହୋଇ ଫେରିଲେଣି।

ଗତକାଲି ଉପଜିଲାପାଳ ନିଜେ ଏଠାକୁ ଆସି ଲୋକମାନଙ୍କ ସହିତ ଆଲୋଚନା କରିବାକୁ ଚାହିଁଥଲେ ମଧ୍ୟ ସ୍ଥାନୀୟ ଲୋକେ କିନ୍ତୁ ପ୍ରଶାସନର କୌଣସି ପ୍ରସ୍ଥବାକୁ ଗ୍ରହଣ କରିବା ପରିବର୍ତ୍ତେ ଏହି ଜାଗା ଖଣ୍ଟିକ ତାଙ୍କ ବାପ ଗୋସବାପ ଅମଳରୁ ପଡ଼ିଆ ପଡ଼ିଛି ଓ ସେମାନେ ସେଠାରେ ନିଜର ଜିବିକା ଜୀବନ ବଞ୍ଚାଇଥିବାରୁ ତାହାକୁ ଛାଡି ଦିଆନ୍ତୁ ବୋଲି କାକୁତି ମିନତି ହୋଇଥିବା ଦେଖାଯାଇଥିଲା। ଯଦି ଜମି ଖଣ୍ଡିକ ନେଇ ପ୍ରକଳ୍ପ କରିବାକୁ ଚାହିୁଁଛନ୍ତି ବେତେ ସେମାନଙ୍କ ଉପରେ ମେସିନ ଚଢାଇ ମାରିଦିଆନ୍ତୁ ପୋତି ଦିଅନ୍ତୁ ତା ଉପରେ ପ୍ରକଳ୍ପ କରନ୍ତୁ ବୋଲି ହାତ ଯୋଡି ଅନୁରୋଧ କରିଥିଲେ।

ଉପସ୍ଥିତ ଥିବା ଅଧିକାରୀମାନେ ତାଙ୍କର ସବୁ ଅସୁବିଧା ପୂରଣ କରିଦେବେ କହି ପ୍ରତିଶୃତି ଦେବାରୁ ସେମାନେ କହିଥିଲେ ଯେ, ସେହି ଗାଁରେ ୧୫୦ ପରିବାର ବାସ କରୁଥିଲେ ମଧ୍ୟ ତାଙ୍କ ଗାଁରେ ଆଜି ସୁଧା ପକା ସଡକ ଖଣ୍ଡିଏ ନାହିଁ। କୌଣସି ପରିବାରକୁ ଶୌଚାଳୟ ମିଳିପାରିନାହିଁ। ପ୍ରଧାନମନ୍ତ୍ରୀ ଯୋଗାଇ ଦେଇଥିବା ଉଜାଲା ଗ୍ୟାସ କନେକ୍ସନ ତାଙ୍କା ନାମରେ ହୋଇଥିଲେ ମଧ୍ୟ ତାଙ୍କୁ ଟାଙ୍କି କିମ୍ବା ଚୁଲି ମିଳିନାହିଁ। କରୋନା ପାଇଁ ତାଙ୍କ ଜମାଖାତାକୁ ମାଗଣା ଗ୍ୟାସ ବାବଦକୁ ୭୮୧ଟଙ୍କା ଆସିଥିଲେ ହେଁ ସେମାନେ ଗ୍ୟାସ ଜାଳିବାର ସ୍ୱପ୍ନ ପୁରଣ କରିପାରି ନାହାଁନ୍ତି। ଗ୍ୟାସ ରିଫିଲ ଉଠାଇ ନ ପାରିବାରୁ ସରକାରଙ୍କ ତିନୋଟି ଗ୍ୟାସ ବାବଦ ଟଙ୍କାରୁ କେବଳ ଗୋଟିଏ ପାଇଥିଲେ ହେଁ ଅନ୍ୟ ଦୁଇଟି ଉଠାଣ ହୋଇ ନ ପାରିବାରୁ ଫେରିଗଲା। ଟାଙ୍କି ଚୁଲା ନ ଥିବାରୁ ଉଠାଇ ପାରି ନ ଥିଲେ। ସେମାନେ ଅଭିଯୋଗ କରିଥିଲେ ମଧ୍ୟ ତାହା ଗ୍ରହଣ ଯୋଗ୍ୟ ହୋଇନାହିଁ। ଅନେକ ପରିବାର ଏବେ ମଧ୍ୟ ଆବସ ଯୋଜନାରୁ ବଞ୍ଚିତ। ତେବେ ସବୁ ସରକାରୀ ଯୋଜନାରୁ ବଞ୍ଚିତ ରହିଥିବା ଏହି ଦଳିତଙ୍କୁ କି ପ୍ରତିଶୃତି ଦେବେ ବୋଲି ପ୍ରଶ୍ନ କରିଥିଲେ। ସ୍ୱର୍ଗତ ମନ୍ତ୍ରୀ ବାଙ୍କ ବିହାରୀ ଦାସ ତାଙ୍କମାନଙ୍କୁ ପୋତୁଅ ମୌଜାରେ ଘରଢିହ ପାଇଁ ପଟ୍ଟା ଦେଇଥଲେ। ଯାହାକୁ ପରବର୍ତ୍ତୀ ସମୟରେ ୯୯ବର୍ଷର ଲିଜ ପଟ୍ଟାକୁ ଶାଳଜଙ୍ଗଲ କରିଦିଆଗଲା ବିରୋଦ୍ଧ କରିବାରୁ କେସ ଖାଇବାକୁ ପଡ଼ିଲା। ସେ ଯାଗା ଛାଡି ଏଠାରେ ଆସି ପଡ଼ିଛୁ ଏଠାକୁ ଆସି ଆମ ଚଳିବା ଯାଗାକୁ ନେଇ ଯିବାକୁ ବସିଛନ୍ତି। ଗତକାଲି ପ୍ରକଳ୍ପ ସ୍ଥାପନ ଚିହ୍ନଟ ପାଇଁ ଆସିଥିବା ସରକାରୀ ଅଧିକାରୀ ମାନଙ୍କୁ ବାଧା ଦେବା ସହିତ ପାଚେରୀ ନିର୍ମାଣକୁ ବିରୋଧ କରିଥଲେ। ତେଣୁ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ଘଟଣା ସ୍ଥଳରେ ପହଞ୍ଚି ପ୍ରତିରୋଧକାରୀଙ୍କୁ ଅନେକ ବୁଝା ସୁଝା କଲା ପରେ ମଧ୍ୟ ସେମାନେ ତାଙ୍କ ଜିଦରୁ ଓହରି ନଥିଲେ। ସେମାନେ ଏହି ପ୍ରସ୍ତାବକୁ ଗ୍ରହଣ ନକରି ମରିବୁ ପଛେ ଏ ଜାଗାରୁ ହଟିବୁ ନାହିଁ ବୋଲି ଅନ୍ଧାରଗୋଡିଙ୍କ ନିୟମ ଖାଇଥିବା କହିଥିଲେ। ଉପଜିଲାପାଳ, ଅତିରିକ୍ତ ତହସିଲଦାର, ସ୍ଥାନୀୟ ଜେନାପୁର ଥନାଧିକାରୀ, କଳିଙ୍ଗନଗର ଥନାଧିକାରୀ ଓ ରାଜସ୍ୱ ନିରିକ୍ଷକ ଲୋକମାନଙ୍କୁ ଯେତେ ବୁଝାଇବାକୁ ଚେଷ୍ଠା କରିଥିଲେ ମଧ୍ୟ ତାହାକୁ ଲୋକମାନେ ଏ କାନରେ ପୁରାଇ ସେ କାନରେ ବାହାର କରିଦେଇ ନିଜ ଜିଦରେ ଅଟଳ ରହିଥିଲେ। ପ୍ରକଳ୍ପ ପାଇଁ ୨୧୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।

ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଧର୍ମଶାଳା ବ୍ଲକର ୪୫ପଞ୍ଚାୟତୟର ଲୋକମାନେ ପାଇପ ଯୋଗେ ଘରପାଖରେ ପାଣି ପାଇପାରିବେ ବୋଲି ସୁଚନ ମିଳିଛି। ସେଠାରେ ବାସ କରୁଥିବା ଶତାଧିକ ଦଳିତ ସମ୍ପ୍ରଦାୟର ଲୋକମାନଙ୍କ କହିବା ଅନୁଯାଇ ପ୍ରକଳ୍ପ ହେଉଥିବା ଜାଗା ସରକାରୀ (ଗୋଚର) ଜମି ୫ଏକରରୁ ଅଧିକ ଯାହାକି ପ୍ରକଳ୍ପ ହେବା ଦ୍ୱାରା ଅବରୋଦ୍ଧ ହେବ ଏବଂ ଏହା ଅବରୋଧ ହେଲେ ସେମାନଙ୍କର ଜୀବନ ଓ ଜୀବିକା ଉପରେ ପ୍ରଭାବ ପଡ଼ିବ। ତେଣୁ ଏହାକୁ ଶହ ଶହ ଏକର ପଡ଼ିଆ ପଡ଼ିଥିବା ପୋତୁଅ କିମ୍ବା ବିଛାଖଣ୍ଡି ମୌଜାକୁ ସ୍ଥାନାନ୍ତର କରାଯାଉ। ଦଳିତ ସମ୍ପ୍ରଦାୟର ହୋଇଥିବା ହେତୁ ସେମାନେ ଛେଳି, ମେଣ୍ଢା, ଗୋପାଳନ ଆଦି କରି ଜୀବିକା ନିର୍ବାହ କରୁଛନ୍ତି। ଏହି ସରକାରୀ ଜମି ଢିପ ଓ ସମତଳ ହୋଇଥିବାରୁ ଏଠାରେ ବନ୍ୟା ପ୍ଲାବିତ ସମୟରେ ଗୃହ ପାଳିତ ପଶୁମାନେ ରହିବା ଓ ଖାଦ୍ୟ ପାଇବା ସହିତ ଅତ୍ୟଧିକ ବନ୍ୟା ହେଲେ ସ୍ଥାନୀୟ ଲୋକମାନେ ମଧ୍ୟ ଏଠାରେ ଆଶ୍ରୟ ନେଉଛନ୍ତି। ଏପରି ସ୍ଥିତିରେ ପ୍ରଶାସନ ଯଦି ଏହି ଜାଗା ଖଣ୍ଡକ ପ୍ରକଳ୍ପପାଇଁ ଅବରୋଧ କରିଦିଏ ତେବେ ସେମାନଙ୍କର କଣ ହେବ ବୋଲି ଗିରିଧାରୀ ମଳୀକ, ନାରାୟଣ ପରିଡା, ଦେବବ୍ରତ ଚୌଧୁରୀ ପ୍ରମୂଖ ପ୍ରଶ୍ନ କରିଛନ୍ତି? ପ୍ରସାଶନ କେବଳ ଠିକାଦାର ପ୍ରତିପୋଷଣ ଏହାକୁ ଏଠାରେ କରୁଥିବା କହିଥଲେ। ଧର୍ମଶାଳାର କଲାଣ୍ଡଠାରୁ ଶେଷ ପ୍ରାନ୍ତ ପର୍ଯ୍ୟନ୍ତ ବ୍ରାହ୍ମଣୀନଦୀ ଲାଗିରହିଥିବାରୁ ଅନ୍ୟ ଯେ କୌଣସି ସ୍ଥାନକୁ ସ୍ଥାନାନ୍ତର କରିନେଲେ କଣ ଅସୁବିଧା ରହିଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

Comments are closed.