ପ୍ରଶାସନର ବିଚିତ୍ର ନିତି: ବନ୍ୟାଘେରରେ ଥିବା ଲୋକଙ୍କୁ ମିଳିଲାନି ,ନ ଥିବାଙ୍କୁ ମିଳିଲା ରିଲିଫ

ଗଡମଧୁପୁର: ଗତ ବନ୍ୟାରେ ଧର୍ମଶାଳା ବ୍ଲକର ଅନେକ ପଞ୍ଚାୟତର ଏକାଧିକ ଗାଁରେ ବନ୍ୟାଜଳ ପ୍ରବେଶ ଫଳରେ ଅନେକ ଲୋକଙ୍କର ଘର ଭାଙ୍ଗିବା ସହିତ ଅନେକ ଲୋକ ଜଳବନ୍ଦି ହୋଇ ରହିଥିଲେ। ବନ୍ୟା ଘେରରେ ଅନେକ ଘର ରହିଜିବାରୁ ଲୋକମାନେ ଘରଛାଡି ସ୍କୁଲ ବାରଣ୍ଡାରେ ଦିନ କାଟିଛନ୍ତି। ୫ଦିନ ସ୍କୁଲଘରେ ଦିନ କାଟି ବନ୍ୟାଛାଡିଲା ପରେ ଘରକୁ ଫେରି ଆସିଥିଲେ ଧର୍ମଶାଳା ପାଖର ପଞ୍ଚାୟତର ନାକୁଆ ମୌଜା(ଗାଁ)ରେ ବାସକରୁଥିବା ୭୨ଘର ପରିବାର। ବ୍ରାହ୍ମଣୀର ନଦୀର ବନ୍ୟା ଜଳ କୂଆଁରିଆ ନାଳ ଦେଇ ପ୍ରବେଶ ଫଳରେ ଏହି ଗାଁ ପୁରା ବନ୍ୟାର ପ୍ରଭାବରେ ପ୍ରଭାବିତ ହୋଇଥିଲା। ବନ୍ୟା ଘେରରେ ରହିଥିବା ପରିବାର ପିଛା ୫୦କିଲୋ ଚାଉଳ ସହିତ ୫୦୦ଶହ ଟଙ୍କାର ସହାୟତା ସରକାର ଘୋଷାଣା କରିଥିଲେ। ହେଲେ ଆଜକୁ ୨୦ଦିନରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏହି ବନ୍ୟାରେ ପ୍ରଭାବିତ ନାକୁଆ ଗାଁର ୭୨ ପରିବାର ସରକାରୀ ସହାୟତା ପାଇବାରୁ ବଞ୍ଚିତ ରହିଥିବା ବେଳେ ସେହି ପଞ୍ଚାୟତର ଆଂଶିକ ପ୍ରଭାବିତ ହୋଇଥିବା ତେଲର, ଛେଳିଆପଦା, ମାଣ୍ଡିଆ ଗ୍ରାମରେ ବାସକରୁଥିବା ଅନେକ ସ୍ୱଛଳ ବର୍ଗର ପରିବାର ଗୁଡିକୁ ୫୦କିଲୋ ଚାଉଳ ଓ ୫୦୦ଟଙ୍କାର ସହାୟତା ରାଶି ମିଳିସାରିଲାଣି। ଯାହାକୁ ନେଇ ଗାଁର ସମସ୍ତ ପରିବାର ଅସନ୍ତୋଷ ବ୍ୟକ୍ତ କରିବା ସହିତ କମ ପରିବାରକୁ ରିଲିଫ ମିଳିବାର ଥିବାରୁ ସେମାନେ ରିଲିଫ ବର୍ଜନ କରିଛନ୍ତି।

୨୦୧୧ ଜନଗଣନା ଅନୁଯାଇ ବନ୍ୟା ପ୍ରଭାବିତ ଗାଁରେ ଥିବା ପରିବାରକୁ ରିଲିଫ ମିଳିବାକୁ ଥିବା ବେଳେ ଏହା ପରେ ୧୨ ପ୍ରତିଶତ ଅଧିକ ପରିବାରକୁ ମିଳିବାକୁ ପ୍ରଶାସନ ରିଲିଫ ଯୋଗାଇ ଦେଇଛନ୍ତି। ଏହି ନିୟମକୁ ଖୋଲା ଖୋଲି ଉଲଙ୍ଘନ କରାଯାଇଥିବା ନାକୁଆ ଗାଁର ଲୋକମାନେ ଅଭିଯୋଗ କରିବା ସହିତ ଜନାଗଣନା ବାଦ ଅନେକ ପରିବାରକୁ ଅନୁକମ୍ପା ପ୍ରଦର୍ଶନ କରାଯାଇ ସହାୟତା ରାଶି ଯୋଗାଇ ଦେଇଥିବା ଜଣାଯାଇଛି। ନାକୁଆ ଗାଁ ପୁରା ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ମାଣ୍ଡିଆ, ତେଲର, ଛେଳିଆପଦାର କିଛି ପରିବାର ବନ୍ୟାଦ୍ୱାରା ପ୍ରଭାବିିତ ହୋଇଥିବା ଜଣାଯାଇଛି। ତେବେ ସେହି ଗାଁରେ ସମସ୍ତ ପରିବାରକୁ ରିଲିଫ ଯୋଗଇ ଦେଇଥିବା ବେଳେ ନାକୁଆ ଗାଁ ପାଇଁ ପ୍ରଶାସନ ଏତେ କୁଣ୍ଠିତ କାହିଁକି ବୋଲି ଗାଁର ପୁର୍ବତନ ଜିଲାପରିଷଦ ସଦସ୍ୟ କାହ୍ନୁଚରଣ ସାମଲ, ଶୁକଦେବ ଦେହୁରୀ, ନିତ୍ୟାନନ୍ଦ ଦେହୁରୀ, କିମ ସାମଲ ଓ ସାମାଜିକ କର୍ମୀ ବଳରାମ ଦାସ ପ୍ରମୁଖ ପ୍ରଶ୍ନ କରିଛନ୍ତି।

ଏହି ପଞ୍ଚାୟତର ନାକୁଆ ଗାଁର ସମସ୍ତ ଗରିବ, ଖଟିଖିଆ ପରିବାର ଜଳ ବନ୍ଦୀରେ ରହିଥିବା ସ୍ଥଳେ ସରପଞ୍ଛ, ସମିତି ସଭ୍ୟ, ନୋଡାଲ ଅଫିସର ମିଳିତ ଭାବରେ ସେମାନଙ୍କୁ ଅଣଦେଖା କରି ରିଲିଫ ପାଇବାରୁ ବଞ୍ôଛତ ରଖି ତେଲିଆ ମୁଣ୍ଡରେ ତେଲ ନିତିରେ ଅନ୍ୟ ଗାଁରେ ଆଂଶିକ ପ୍ରଭାବିତ ମାନଙ୍କୁ ରିଲିଫ ବଣ୍ଟନ କରିସାରିଛନ୍ତି। ସେମାନଙ୍କର ଦାବି ଯେଉଁପରି ଭାବରେ ସେହି ଗାଁରେ ଗୋଟିଏ ପରିବାରକୁ ଭାଙ୍ଗି ୪/୫ ପରିବାର କରି ରିଲିଫ ଦିଆଯାଇଛି ଆମ ଗାଁରେ ସେପରି ନହେଲେ ମଧ୍ୟ ବାସ୍ତବିକତା ଆଧାରରେ ସ୍ଥାନୀୟ ସ୍ୱେତ୍ସାସେବୀ ମାନେ ଯେତିକି ପରିବାରକୁ ଦେଇଛନ୍ତି ସେତିକି ପରିବାରକୁ ଦିଆ ନଯାଏ ତେବେ ସେମାନେ ରିଲିଫ ଗ୍ରହଣ କରିବେ ନାହିଁ। ଏହି ପଞ୍ଚୟତ ପାଇଁ ଅସିଥିବା ରିଲିଫ ଚାଉଳ ମଧ୍ୟରୁ ୭୨ ପ୍ୟକେଟ ଚାଉଳ ବଳିଥିବାର ସୁଣାଯାଏ। ସ୍ଥାନୀୟ ବିଧାୟକ ଏହା ଜାଣିବା ପରେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ସେମାନଙ୍କୁ ସେଠାରେ ରହିଥିବା ୭୨ ପ୍ୟକେଟ ଚାଉଳ ୭୨ ପରିବାରକୁ ଦିଆଯଉ ବୋଲି କହିଥିବା ବିଶ୍ୱସ୍ତ ସୁତ୍ରରୁ ଜାଣିବାକୁ ମିଳିଛି। ଏଠାରେ ପ୍ରଶ୍ନ ଉଠୁଛି ବନ୍ୟା ଘେରରେ ଥିବା ଗାଁକୁ ପ୍ରଥମେ ରିଲିଫ ନ ଯୋଗଇ ପାର୍ଶ୍ବ ଗାଁକୁ କାହିଁକି କାହା ପ୍ରରୋଚନାରେ ନୋଡାଲ ଅଧିକାରୀ ପ୍ରଦାନ କଲେ ତାର ତଦନ୍ତ ଜିଲାପାଳ କରିବା ପାଇଁ ସେମାନେ ଦାବି କରିଛନ୍ତି।

Comments are closed.