ନାବାଳିକାକୁ ଅସଦାଚରଣ ଅଭିଯୋଗ; ଅଭିଯୁକ୍ତକୁ କୋର୍ଟ ଚାଲାଣ

ଗଡ଼ମଧୁପୁର : ଜେନାପୁର ଥାନା ଅନ୍ତର୍ଗତ ଅଣ୍ଟିଆ ପଂଚାୟତ ଗେଙ୍ଗୁଟିଆ ଗ୍ରାମରେ ଦଳିତ ଝିଅକୁ ଅସଦାଚରଣ ଅଭିଯୋଗରେ ଜେନାପୁର ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ଅଭିଯୋଗ ଅନୁଯାୟୀ, ଗତ ୨୮ ଅଗଷ୍ଟରେ ସେହି ଗ୍ରାମର ଦିପା(ଛଦ୍ମନାମ) ଘରଠାରୁ କିଛିଦୂର ନଳକୂପ ନିକଟକୁ ପାଣି ଆଣିବାକୁ ଯାଇଥିବା ସମୟରେ ସେଠାରେ ଦୋକାନ କରିଥିବା ପାଗଳ ରାଉତ(୪୦), ପି-ଦୁର୍ଯ୍ୟୋଧନ ରାଉତ ବୋତଲରେ ପାଣି ଭରିଦେବାକୁ କହି ତାକୁ ପଛପଟୁ ଧରି ଅସଦାଚରଣ କରିବା ସହିତ ଟଣାଓଟରା କରିଥିଲା। ଧକା ମାରି ଝିଅଟି ସେଠାରୁ ଚାଲିଆସି ମାଆ ଆଗରେ ଘଟଣାର ବିବରଣି ପ୍ରକାଶ କରିଥିଲା। ଘଟଣାର ଅପୋଷ ସମାଧାନ କରିବାକୁ ୨୯ ଅଗଷ୍ଟରେ ସେହି ଗ୍ରାମରେ ଏକ ବୈଠକ କରାଯାଇଥିଲା। ତେବେ ଏନେଇ ପୁନଃର୍ବାର ଅଭିଯୁକ୍ତ ତାଙ୍କ ପରିବାରକୁ ଧମକଦେବା ସହିତ ଜାତିକୁ ନେଇ ଗାଳିଗୁଲଜ କରିବାରୁ ଘଟଣା ଯାଇ ଥନାରେ ପହଞ୍ଚିଥିଲା। ଜେନାପୁର ଥାନା କେସ ନଂ ୨୭୪/୨୦ରେ ଏକ ମାମଲା ରୁଜୁ କରାଯାଇଥିଲା। ତଦନ୍ତକାରୀ ଅଧିକାରୀ ଭାବରେ ଏସଡିପିଓ ଚିନ୍ମୟ ନାୟକ ଘଟଣାର ତଦନ୍ତ କରୁଥିଲେ। ଗତକାଲି ରାତିରେ ଜେନାପୁର ପୁଲିସ ଅଭିଯୁକ୍ତକୁ ନିଜଘର ଗେଙ୍ଗୁଟିଆରୁ ଗିରଫ କରି ଆଜି ୩୪୧,୨୯୪,୩୫୪,୩୬୪ଏ, ୩୬୪ବି,୫୦୬ ଓ ୮ପୋସ୍କ ଧାରାରେ କୋର୍ଟଚାଲାଣ କରିଥିବା ଥାନାଧିକାରୀ ଆଶିସ କୁମାର ସାହୁ ସୂଚନା ଦେଇଛନ୍ତି।

Comments are closed.