ଅଣ୍ଟିଆ ମାର୍କେଟ କମ୍ପେକ୍ସ ନିର୍ମାଣରେ ଦୁର୍ନୀତି !

ତଥ୍ୟରେ ତାଳମେଳ ନାହିଁ: ସୁଚନା ଫଳକରେ ୫ଲକ୍ଷ, ଖର୍ଚ୍ଚ ହୋଇଛି ୯ଲକ୍ଷ

ଗଡ଼ମଧୁପୁର :ଧର୍ମଶାଳା ବ୍ଲକ ଅଣ୍ଟିଆ ଗ୍ରାମପଂଚାୟତ ମାର୍କେଟ କମ୍ପେକ୍ସ ଘର ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ଗୃହ ନିର୍ମାଣ ପାଇଁ ପ୍ରଥମେ ସୂଚନା ଫଳକରେ ମାତ୍ର ୫ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଲେଖାଯାଇଥିବା ବେଳେ ଏହି କାର୍ଯ୍ୟରେ କୁଆଡେ ୯ ଲକ୍ଷ ଟଙ୍କା ବିଲ ହୋଇଥିବା ଖୋଦ କାର୍ଯ୍ୟନିର୍ବହୀ ପ୍ରକାଶ କରିଛନ୍ତି। ତେବେ ମାତ୍ର ୬ଟି ସଟର ଗୃହ ପାଇଁ ୯ଲକ୍ଷର ବିଲ ହୋଇଛି ନା ତାଠାରୁ ଅଧିକ ହୋଇଛି ତାହା ଏବେ ସନ୍ଦେହ ଘେରରେ ରହିଛି। କାରଣ କାର୍ଯ୍ୟନିର୍ବାହୀ ୯ଲକ୍ଷ ବ୍ୟୟ ହୋଇଥିବା କହୁଥିବା ବେଳେ ସୁଚନା ଫଳକ କହୁଛି ୫ ଲକ୍ଷ।

 

ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇବାକୁ ତଥ୍ୟ ଲୁଚାଇବା ଭଳି ସଢଯନ୍ତ୍ର କରାଯାଇଥିବା ସ୍ଥାନୀୟ ଲୋକେ କହନ୍ତି। ଏବେ ଏହି ତଳ କମ୍ପେକ୍ସରେ ୬ଟି ଘର ଆଜକୁ ଅନେକ ଦିନ ହେବ ହୋଇସାରିଥିଲେ ମଧ୍ୟ କୌଣସି ଗୋଟିଏ ଲିଜ ସୁତ୍ରରେ କାହାକୁ ଦିଆ ଯାଇନାହିଁ କହିଁକି? ସେହିପରି ଏହି ଗୃହର ଉପରେ ଆଉ ଏକ ଉପର ଘର ନିର୍ମାଣ କରାଯାଉଛି। ଯାହାର ସୁଚନା ଫଳକରେ ମଧ୍ୟ ୫ଲକ୍ଷ ଓ ୧ ଲକ୍ଷ ୬୨ହଜାର ବ୍ୟୟ ଅଟକଳ କରାଯାଇଥିବା ସୁଚନା ଫଳକରେ ଲେଖାଯାଉଛି। ଯାହକି ପୁନଃର୍ବାର ସମସ୍ତଙ୍କୁ ସନ୍ଦେହ ଘେରକୁ ଟାଣିଛି। କାର୍ଯ୍ୟନିର୍ବାହି ପ୍ରତିକ୍ରିୟାରେ କହିଛନ୍ତି ଫାଇଲ ଗୋଟିକ ୫ଲକ୍ଷର ହୋଇଥିବାରୁ ଏଭଳି ଲେଖାଯାଇଛି। ତେବେ କାର୍ଯ୍ୟ ସରିସାରିଥିଲେ ମଧ୍ୟ ସୁଚନା ଫଳକରେ କାହିଁକି ପୁରା ଖର୍ଚ୍ଚର ଅର୍ଥରାଶି ଲେଖାଯାଇନାହିଁ ତାହା ଏବେ ବିଭାଗର କାର୍ଯ୍ୟ ଶୈଳି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଜିଲାପାଳ ଏହାର ଏକ ତଦନ୍ତ ନିରପେକ୍ଷ ଭାବରେ କରାଇଲେ ଏହି ଦୁର୍ନିତି ଉପରୁ ପରଦା ହଟିପାରନ୍ତା ବୋଲି ବୁଦ୍ଧିଜୀବି ମାନେ ମତଦିଅନ୍ତି।

Comments are closed.