ଭବିଷ୍ୟତ ଗଠନରେ ଗୁଣାତ୍ମକ ଶିକ୍ଷାର ଆବଶ୍ୟକ

ଜାତୀୟ ଶିଶୁ ଦିବସ ଉପଲକ୍ଷେ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ଗଡ଼ମଧୁପୁର: ଭାରତୀୟ ଏକାଡେମୀ ଟ୍ରଷ୍ଟ ଜାରକା ଶାଖା ଆନୁକୂଲ୍ୟରେ ଜାତୀୟ ଶିଶୁ ଦିବସ ଉପଲକ୍ଷେ ଏକ ଶିଶୁ ପ୍ରତିଭା ଅନ୍ୱେଷଣ ଏବଂ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ନିର୍ଦେଶ କ୍ରମେ ସ୍ଥାନୀୟ ସମ୍ରାଟ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶିକ୍ଷାବିତ ତଥା ସମାଜସେବୀ ଡ.ଭିକାରୀ ଚରଣ ସାମଲ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦ୍ୱୀପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ନିଜର ଭବିଷ୍ୟତ ଗଠନରେ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଭିନ୍ନ ଓଡିଆ ଓ ଇାଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦେଇ ନିଜ ନିଜର ପ୍ରତିଭାର ପ୍ରଦର୍ଶନ କରିଥିଲେ। ସାଗରିକା ମହାରଣା ଏବଂ ଅଂଶୁମାନ ପୃଷ୍ଟି ପ୍ରଦୀପ ପ୍ରଜ୍ୱଳନ ଶ୍ଲୋକ ପାଠ କରିଥିଲେ।
କାର୍ଯ୍ୟକ୍ରମରେ ସମାଜସେବୀ ଶିକ୍ଷାବିତ ଲୋପାମୁଦ୍ରା ନନ୍ଦ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇ କରୋନା ସଚେତନତା ଓ ଶିଶୁ ଦିବସର ମହତ୍ୱ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଛାତ୍ରଛାତ୍ରୀ ମାନେ ଅନଲାଇନ ଶିକ୍ଷାର ସାକରାତ୍ମକ ଓ ନାକରାତ୍ମକ ପ୍ରଭାବ ତଥା କରୋନା ମହାମାରିର ବିଭିନ୍ନ ଦିଗ ଉପରେ ଆଲୋଚନା କରି ନିଜର ମତ ରଖିବା ସହିତ ସାଂସ୍କୃତିକ ଓ ଆଧ୍ୟାତ୍ମିକ ସଙ୍ଗୀତ ଗାନ କରି ମନମୁଗ୍ଧକର ପରିବେଶ ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମକୁ ଜାରକା ଶାଖାର ଆବାହିକା ତଥା ଧର୍ମଶାଳା ଅଞ୍ଚଳର ବରିଷ୍ଟ ସମାଜସେବୀ ଲକ୍ଷ୍ମୀ ଖମାରୀ ପରିଚାଳନା କରିଥିଲେ। ଟ୍ରଷ୍ଟର ସଦସ୍ୟ ଶଦ୍ଧାଞ୍ଜଳୀ ପୃଷ୍ଟି, ଅମୀୟ କୁମାର ମହାନ୍ତି, ନିକୁଞ୍ଜ କିଶୋର ସ୍ୱାଇଁ, ଅର୍ଜୁନ ପୃଷ୍ଟି, ଡା. ନିହାର ରଂଜନ କର, ପ୍ରଫୁଲ କୁମାର ରାଉତ, ଦୀଲିପ କୁମାର ଜେନା, ନରେନ୍ଦ୍ର ମହାନ୍ତି, ପ୍ରଭାତ କୁମାର କର, ରଘୁନାଥ ପଣ୍ଡା, ରଶ୍ମୀ ରଂଜନ ସାମଲ, ସାଗରିକା ମହାରଣା, ସୁରେନ୍ଦ୍ର ପାଣି, ଶଶୀ ଭୂଷଣ ସ୍ୱାଇଁ, ଚନ୍ଦନ କୁମାର ପ୍ରଧାନ, ଅଭିମନ୍ୟୁ ଧଳ, ଜ୍ୱୋତ୍ସାବଳା ଦାସ, ଜୟପାଳ ଖମାରୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସଭା ଶେଷରେ ପିଲାମାନଙ୍କୁ ଟ୍ରଷ୍ଟ ପକ୍ଷରୁ ପ୍ରମାଣ ପତ୍ର, ଉପହାର, ଦ୍ୱୀପ ଦିଆଯାଇ ସମ୍ବର୍ଦ୍ଧୀତ କରାଯାଇଥିଲା। କାର୍ଯ୍ୟକ୍ରମ ଅବସରରେ କୋଭିଡ ନିୟମକୁ ପାଳନ କରାଯାଇଥିଲା ବୋଲି ଟ୍ରଷ୍ଟର ପ୍ରମୁଖ କାର୍ଯ୍ୟକର୍ତ୍ତା ପ୍ରଫୁଲ ରାଉତ ସୂଚନା ଦେଇଛନ୍ତି।

Comments are closed.