ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଗଡ଼ମଧୁପୁର: ଅଧୂନା ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଗଠନମୂଳକ ସମ୍ବାଦ ପରିବେଷଣ ଅନେକ ସମୟରେ ସମାଜକୁ ଦିଗଦର୍ଶନ ଦେବାସହିତ ଏହାର ମୂଲ୍ୟବୋଧକୁ ବଢାଇ ଦେଇଥାଏ ବୋଲି ଧର୍ମଶାଳା ମିଡିଆ କ୍ଲବର ଏକ ଅଭାସି ବୈଠକରେ ମତପ୍ରକାଶ ପାଇଛି। ମିଡିଆ କ୍ଲବର ସଭାପତି ବିମଳ ପତିଙ୍କ ଅଧ୍ୟକ୍ଷତାରରେ ଆୟୋଜିତ ଏହି ବୈଠକରେ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଅବକ୍ଷୟମୁଖି ସମାଜକୁ କେବଳ ଗଣମାଧ୍ୟମ ହିଁ ସଜାଡି ପାରିବ ବୋଲି ମତ ପ୍ରକାଶ ପାଇଥିଲା।

 

କ୍ଲବର କାର୍ଯ୍ୟକାରୀ ସଭାପତି ଶଶିକାନ୍ତ ରାଉତ, ଉପ ସଭାପତି ବସନ୍ତ କୁମାର ନାୟକ, ସାଧାରଣ ସମ୍ପାଦକ ଆନନ୍ଦ ମହାରଣା, ସହ ସମ୍ପାଦକ ଦିଲଦାର ଚାନ୍ଦ, ସେକ ଆଲାଉଦ୍ଦିନ, ସାମାଜିକ ଗଣ ମାଧ୍ୟମ ସଂଯୋଜକ ସୁଶାନ୍ତ କୁମାର ସାହୁ ପ୍ରମୁଖ ଆଲୋଚନାରେ ଭାଗନେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ସଭ୍ୟ ଅୟଶକାନ୍ତ ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ଦୀପକ ଦାସ, ସୁଶାନ୍ତ କୁମାର ଗୋତ୍ସାୟତ, ଶୁସାନ୍ତ ନାୟକ, ଅଶୋକ ଦାସ, ଚିନ୍ମୟ ନାୟକ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ। ଆଗାମୀ ଦିନରେ ବୃକ୍ଷରୋପଣ ସହିତ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ କ୍ଲବର ସଦସ୍ୟମାନେ ନିଷ୍ପତି ନେଇଥିଲେ। ଚିନ୍ମୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.