ଠିକାଦାର ପୋତିଦେଲେ କୂଅ

ଗ୍ରାମବାସୀ ଥାନାର ଦ୍ବାରସ୍ଥ

ଭୁ‌ବନେଶ୍ବର: ଗାଡ଼କଣରେ ସ୍ବେରେଜ୍‌ କାର୍ୟ୍ୟ ବେଳେ ଠିକାଦାର ଏକ ପୁରୁଣା କୂଅକୁ ପୋତିଦେବା ଘଟଣା ଥାନାରେ ପହଞ୍ଚିଛି। ଏହାସହିତ ବିଏମ୍‌ସି କମିସନରଙ୍କଠାରେ ମଧ୍ୟ ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ପକ୍ଷରୁ ନୀଳାମ୍ବର ସାହୁ ଓ ପୂର୍ଣ୍ଣଚନ୍ଦ୍ର ସାହୁ ଅଭିଯୋଗ କରିଛନ୍ତି ଯେ ପୁରୁଷାନୁକ୍ରମେ ଥିବା ଏକ କୂଅକୁ ଏଲ୍‌ଆଣ୍ଡଟି ସଂସ୍ଥାର ଠିକାଦାର ପୋତି ଦେଇଛନ୍ତି। ଗ୍ରୀଷ୍ମଋତୁରେ ଦୀର୍ଘବର୍ଷ ଧରି ଉକ୍ତ କୂଅ ଉପରେ ଗ୍ରାମବାସୀ ପାଣି ପାଇଁ ନିର୍ଭର କରନ୍ତି। ହେଲେ ଗୋଟିଏ ପରିବାରର ସ୍ବାର୍ଥ ପାଇଁ ଗ୍ରାମବାସୀଙ୍କ ସ୍ବାର୍ଥକୁ ଠିକାଦାର ଜଳାଞ୍ଜଳି ଦେଇଛନ୍ତି। ଏନେଇ ସମ୍ପୃକ୍ତ ଠିକାଦାରଙ୍କୁ କହିବାରେ ସେମାନଙ୍କ ପକ୍ଷରୁ ପାଲଟା ଧମକ ଦିଆଯାଉଛି।

 

ଏନେଇ ଗ୍ରାମବାସୀ ଥାନାରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସମ୍ପୃକ୍ତ ଠିକାଦାର ବିଜୟ ରାଉତ କହିଛନ୍ତି, ଗ୍ରାମବାସୀଙ୍କ ଅଭିଯୋଗ ପାଇବା ପରେ ନିର୍ମାଣ କାର୍ୟ୍ୟ ବନ୍ଦ ରହିଛି। ଯଦି ବୁଝାମଣା ହେବ ତେବେ ଆବଶ୍ୟକ ପଡ଼ିଲେ କୂଅର ପୁନରୁଦ୍ଧାର କରିଦେବୁ।

Comments are closed.