ମାନିଲେନି ଅମାନିଆ – ଗବକୁଣ୍ଡ ହାଟ ନା ମେଳଣ

ସୁଆଣ୍ଡୋ: ପୁରୀଜିଲା ସତ୍ୟବାଦୀ ବ୍ଲକର ଗବକୁଣ୍ଡ ହାଟର ଆଜି ଗୁରୁବାର ଥିଲା ହାଟ ପାଳି। ହାଟରେ ଚାଷୀ ବେପାରୀଙ୍କ ସହିତ ଖାଉଟିମାନେ ସମସ୍ତେ ଆଜି ଅମାନିଆ ହୋଇଗଲେ। କରୋନା ଭାଇରସ ସଂକ୍ରମଣକୁ ନେଇ ରହିଥିବା କଟକଣାର ଖୋଲାଖୋଲି ଉଲ୍ଲଂଘନ ଦେଖିବାକୁ ମିଳିଥିଲା। ସ୍ଥିତି ଏପରି ଥିଲା ଯେ ଏହା ମେଳଣର ଭ୍ରମ ସୃଷ୍ଟି ହୋଇଥିଲା। କରୋନା କଟକଣାକୁ ସମସ୍ତେ ଫୁ କରିଦେଲେ। ସତ୍ୟବାଦୀ ବ୍ଲକ ପ୍ରଶାସନ ପକ୍ଷରୁ ଥରେ ଦି ଥର ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏବେ କିନ୍ତୁ ସବୁ ଫ୍ରି। ସବୁ ଖୁଲମ ଖୁଲା ଚାଲିଛି। ସମ ଦୂରତା ନାହିଁ କି କେହି ମୁହଁରେ ମାକ୍ସଟିଏ ବି ଲଗେଇ ନାହାଁନ୍ତି। ସେହିପରି ପାନ ଗୁଟଖା ଛେପ ରାସ୍ତାସାରା ପଡୁଛି।

ଜନ ସଚେତନତା ପାଇଁ ବ୍ଲକ ପ୍ରଶାସନ ତରଫରୁ କୌଣସି କରୋନା ଯୋଦ୍ଧା ହାଟରେ ନଥିଲେ ବୋଲି ସ୍ଥାନୀୟ ବୟସ୍କ ଲୋକ କହନ୍ତି। ସତ୍ୟବାଦୀ ବ୍ଲକରେ ସଚେତନତା କାର୍ୟ୍ୟକ୍ରମ ଠପ୍ ହୋଇ ଯାଇଛି ବୋଲି ଲୋକମାନେ ଅଭିଯୋଗ କରୁଛନ୍ତି। ଯଦି ଏହିପରି ଲଗାହୀନ ଭାବେ ଚାଲିବ ତାହେଲେ କରୋନା ମହାମାରୀରେ ଲୋକମାନେ ଭୟଙ୍କର ଭାବେ ଆକ୍ରାନ୍ତ ହେବେ। ଜିଲାପାଳ ଏ ଦିଗ ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଦାବି କରାଯାଇଛି।

Comments are closed.