MEllora 950×100

ମାନବଜଗତର କଲ୍ୟାଣ ପାଇଁ ଜି୨୦ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବ ଭାରତ – ପ୍ରଧାନମନ୍ତ୍ରୀ

ଡେସ୍କ: ଭାରତ ଆଜି ବିଧିବଦ୍ଧ ଭାବେ ଜି୨୦ ଅଧ୍ୟକ୍ଷତା ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବ୍ଲଗ ଜରିଆରେ ନିଜର ଅନ୍ତର୍ଦୃଷ୍ଟି ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସାମଗ୍ରିକ ଭାବେ ମାନବଜଗତର କଲ୍ୟାଣ ପାଇଁ କାର୍ଯ୍ୟ କରିବା ଲାଗି ଭାରତକୁ ଜି୨୦ ଅଧ୍ୟକ୍ଷତା ମିଳିଛି।

ସେ ଲେଖିଛନ୍ତି, ଆଜି ସାରା ବିଶ୍ୱ ଯେଉଁ ସବୁ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛି, କେବଳ ମିଳିତ ଭାବେ କାର୍ଯ୍ୟ କରି ସେସବୁ ସମସ୍ୟାର ସମାଧାନ କରାଯାଇ ପାରିବ। ଭାରତର ସାମୁହିକ ନିର୍ଣ୍ଣୟ ନେବାର ସର୍ବପ୍ରାଚୀନ ପରମ୍ପରା ରହଛିି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତୁ ସମସ୍ତେ ମିଶି ଭାରତର ଜି୨୦ ଅଧ୍ୟକ୍ଷତାକୁ ସମାଧାନ, ସଦ୍ଭାବ ଓ ଆଶାର ଏକ ଅଧ୍ୟକ୍ଷତାରେ ପରିଣତ କରିବା।

Comments are closed.