ପ୍ରକୃତିକୁ ପୂଜା ଓ ପରିବେଶ ସୁରକ୍ଷା ଆଦିବାସୀଙ୍କ ପରମ୍ପରା

ଜି ଉଦୟଗିରି: କନ୍ଧମାଳ ଜିଲାରେ ପ୍ରକୃତିର ଅପୂର୍ବ ସମ୍ଭାର ପରିବେଶବିତଙ୍କୁ ବିମୋହିତ କରିଥାଏ। ଏଠାକାର ଆଦିବାସୀ ସମ୍ପ୍ରଦାୟ କନ୍ଧ ଜନଜାତି ପାରମ୍ପରିକ ରୀତିନୀତିରେ ଧରଣୀର ସୁରକ୍ଷା ପାଇଁ ପ୍ରକୃତିକୁ ପୂଜା କରିଥାନ୍ତି। ଆବାହମାନ କାଳରୁ ପରିବେଶ ସୁରକ୍ଷା ପାଇଁ ପ୍ରକୃତିକୁ ପୂଜା କରିବା ଆଦିବାସୀଙ୍କ ଏକ ପରମ୍ପରା ଭାବେ ପରିଗଣିତ ହୋଇଛି। ୭୨ ତମ ବନ ମହୋତ୍ସବ ପାଳନ ଅବସରରେ ଆଦୀବାସୀଙ୍କ ଏହି ପରମ୍ପରା ଓ ରୀତିନୀତି ଦେଖିବାକୁ ମିଳିଥିଲା। ବନ ସୁରକ୍ଷା ସମିତିର ସଭାପତି ନଳରାଜା ପ୍ରଧାନଙ୍କ ପୌରହିତ୍ୟରେ ପୂଜାର୍ଚ୍ଚନା କରାଯାଇ ବନ ମହୋତ୍ସବ ପାଳିତ ହୋଇଥିଲା। ଏଠାରେ ଆଦିବାସୀ ପରମ୍ପରା ଅନୁଯାୟୀ ପ୍ରକୃତିକୁ ପୂଜା କରିବା ଦ୍ବାରା ପରିବେଶ ସୁରକ୍ଷା ହୋଇଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି।ଆୟୋଜିତ ବନ ମହୋସ୍ଚବ ରେ ମୁଖ୍ଯ ଅତିଥି ଭାବେ ବନାଞ୍ଚଳ ଅଧୀକାରୀଣି ମିନାକ୍ଷୀ କୁମୁରା ଯୋଗ ଦେଇ ପ୍ରଥମେ ଚାରା ରୋପଣ କରିଥିବା ବେଳେ ବନପାଳ ପ୍ରବିଣ ଦାସ, ପାହାଡ଼ ସଂସ୍ଥା ଟିମ୍ ଲିଡର୍ ସଞ୍ଜୟ କୁମାର ନାୟକ, ଡିଓ ସୁଧାରଞ୍ଜନ ଦିଗାଲ ଓ ଆନିମୋମିଟର ଅଶୋକ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ।  ଜି ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କଟଡଗଣ୍ଡା ଭି.ଏସ୍.ଏସ୍ ଅଧୀନସ୍ଥ ୨୫ ହେକ୍ଟର ଏରିଆରେ ବନପାଳ ରଶ୍ମିତା ବକ୍ସିଙ୍କ ତତ୍ତ୍ବାବଧାନରେ ମନରେଗା ଯୋଜନାରେ ୫୦୦୦ ଚାରା ରୋପଣ କରାଯାଇଥିଲା।

Comments are closed.