ଚକଲେଟ ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଜି.ଉଦୟଗିରି: ଡୁଗୁରୀପାରୀ ଗ୍ରାମରେ ଜନୈକା ୫ ବର୍ଷର ନିବାଳିକାକୁ ଚକଲେଟ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।
ବିବରଣୀରୁ ପ୍ରକାଶ ଯେ କଳିଙ୍ଗା ପଞ୍ଚାୟତ ସ୍ଥିତ ଦୁଗୁରୀପାରୀ ପଣସନାଜୁ ଗ୍ରାମର ଶ୍ରୀତମ ପ୍ରଧାନ ପଡୋଶୀ ଘରର ୫ ବର୍ଷର ନାବାଳିକାକୁ ଚକଲେଟ ପ୍ରଲୋଭନ ଦେଖାଇ ଗତ ୩ ତାରିଖ ଦିନ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଦେବବ୍ରତ ସାହୁଙ୍କ ଏତଲାକୁ ଭିତ୍ତି କରି ଅଭିଯୁକ୍ତକୁ ଡାକ୍ତରୀ ମାଇନା ସହ ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ଫୁଲବାଣୀ ପଠାଯାଇଥିବା ନେଇ ତଦନ୍ତ ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ଉକ୍ତ ଘଟଣାର ତଦନ୍ତ ପାଇଁ ଚାଇଲଡ ହେଲପ ଲାଇନ ସଦସ୍ୟା ଆସି ଘଟଣା ସମ୍ପର୍କରେ ତଦନ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି।

Comments are closed.