ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଜି.ଉଦୟଗିରି: ଏକ ଭୋଜିରେ ନାବାଳିକା ଓ ସନ୍ତୋଷ ଦିଗାଳଙ୍କ ମଧ୍ୟରେ ଭେଟ ହୋଇଥିଲା। ନାବାଳିକାକୁ ଚାକିରି କରାଇଦେବା ପ୍ରଲୋଭନ ଦେଖାଇ ସେ ବଳାତ୍କାର କରିଥିଲା । ବଳାତ୍କାର ପରେ ଅଭିଯୁକ୍ତ ସନ୍ତୋଷ ଗିରଫ ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ପ୍ରକାଶଯେ ରଟିଙ୍ଗିଆ ଗ୍ରାମରେ ଆୟୋଜିତ ଏକ ଭୋଜି ଖାଇବା ପାଇଁ ଡକେଡି ଗ୍ରାମର ଜନୈକା ନାବାଳିକା(୧୭) ଆସିଥିଲା। ଏହି ଭୋଜିରେ ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ଡାମିଗୁଡା ଗ୍ରାମର ସନ୍ତୋଷ ଦିଗାଳ(୩୦) ଯୋଗ ଦେଇଥିଲା। ସେଠାରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଚାକିରିର ପ୍ରଲୋଭନ ଦେଖାଇ ଜନୈକ ନାବାଳିକାକୁ ନିଜ ଗ୍ରାମକୁ ନେଇ ଆସିଥିଲା। ନିଜ ଗ୍ରାମରେ ଉକ୍ତ ନାବାଳିକ ସହିତ ଦୈହିକ ସମ୍ପର୍କ ସ୍ଥାପନ କରିଥିଲା। ତେବେ ସେଠାରୁ ଖସିଯାଇ ପୀଡିତା ନିଜେ ଜି.ଉଦୟଗିରି ଥାନାରେ ସନ୍ତୋଷଙ୍କ ବିରୋଧରେ ଏତଲା ଦେଇଥିଲା। ଏହାପରେ ସେହି ଏତଲାକୁ ଭିତ୍ତି କରି ତଦନ୍ତ ଅଧିକାରୀ ଏସଆଇ ଅନନ୍ତ କୁମାର ପ୍ରଧାନ ତଦନ୍ତ ଆରମ୍ଭ ସହ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରିଥିଲେ। ଅଭିଯୁକ୍ତକୁ ଡାକ୍ତରୀ ମାଇନା କରାଇ କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀଣୀ ରେବତୀ ଶବର ସୂଚନା ଦେଇଛନ୍ତି।

Comments are closed.