କରୋନା ଟିକା ନେବୁନି, ଦାବି ପୂରଣ ନହେଲେ ଫେବୃଆରୀ ପହିଲାରୁ କାମ କରିବୁନି

ବହୁମୂଖୀ ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମହାସଂଘର ଚେତାବନୀ

ଜି.ଉଦୟଗିରି: ଆଗ ଧାଡିର କରୋନା ଯୋଦ୍ଧା ଭାବେ ପରିଚିତ ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକମାନେ କ୍ୟାଡର ପୁନଃଗଠନ କରି ପଦୋନ୍ନତି ଦେବା ପାଇଁ ସରକାରଙ୍କୁ ଆଲୋଚନା କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଏଥିରେ କିଛି ସୁଫଳ ନମିଳିବାରୁ ଓଡିଶା ରାଜ୍ୟ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ନିଷ୍ପତ୍ତି କ୍ରମେ କନ୍ଧମାଳ ଜିଲା ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଉପରୋକ୍ତ କର୍ମଚାରୀ କଳା ବ୍ୟାଚ ପିନ୍ଧି ନିଜ କର୍ତ୍ତବ୍ୟ କରୁଛନ୍ତି। ତେବେ ସ୍ବାସ୍ଥ୍ୟକର୍ମୀମାନେ କରୋନା ଟିକା ନେଇନଥିଲେ। ହେଲେ ଆଗାମୀ ଦିନରେ ଦାବି ପୂରଣ ନହେଲେ ଆସନ୍ତା ଫେବୃଆରି ପହିଲାରୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀ ସୂଚନା ଦେଇଛନ୍ତି।

Comments are closed.