ପୁଲିସ ଶହୀଦ ସପ୍ତାହରେ କୋଭିଡ ଯୋଦ୍ଧାଙ୍କୁ ଶ୍ରଦ୍ଧାସୁମନ

ଜି.ଉଦୟଗିରି: ପୁଲିସ ଶହୀଦ ସପ୍ତାହରେ କୋଭିଡ ଯୋଦ୍ଧା ତଥା ଲାଇନପଡ଼ା ଫାଣ୍ଡି ଅଧିକାରୀ ଏଏସଆଇ ମହାଜନ ପ୍ରଧାନଙ୍କୁ ବରିଷ୍ଠ ପୁଲିସ ଅଧିକାରୀମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଜି.ଉଦୟଗିରି ଥାନା ପରିସରରେ କାର୍ଯ୍ୟରତ ଅବସ୍ଥାରେ ଲାଇନପଡା ଫାଣ୍ଡି ଅଧିକାରୀ ଏଏସଆଇ ମହାଜନ ପ୍ରଧାନ ୦୭.୦୮.୨୦ରେ କୋଭିଡରେ ଆକ୍ରାନ୍ତ ହୋଇ ଶହୀଦ ହୋଇଥିଲେ। ସ୍ବର୍ଗତ ଏଏସଆଇ ମହାଜନ ପ୍ରଧାନଙ୍କୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିପିନ ବିହାରୀ ବେହେରା, ଉପଆରକ୍ଷୀ ଅଧ୍ୟକ୍ଷକ ସ୍ନେହାଶିଷ ସାହୁ, ଥାନା ଅଧିକାରିଣୀ ରେବତୀ ଶବରଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ସ୍ବର୍ଗତ ଏଏସଆଇ ମହାଜନ ପ୍ରଧାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସହୀଦ ମହାଜନଙ୍କ କାର୍ଯ୍ୟଦକ୍ଷତା ସ୍ମରଣୀୟ ହୋଇ ରହିବ ବୋଲି ବିଭାଗୀୟ ଉଚ୍ଚ ପଦାଧିକାରୀ ମାନେ ମତପ୍ରକାଶ କରିଥିଲେ। ଏହି ଅବସରରେ ଏହି ବରିଷ୍ଠ ପୁଲିସ ଅଧିକାରୀମାନେ ଶହୀଦ ମହାଜନ ପ୍ରଧାନଙ୍କ ପରିବାରଙ୍କୁ ଭେଟି ସମବେଦନା ଜ୍ଞାପନ କରିବା ସହ ପରିବାରର ଅପୂରଣୀୟ କ୍ଷତିକୁ ମୁକାବିଲା କରିବା ପାଇଁ ଭଗବାନ ପରିବାର ବର୍ଗଙ୍କୁ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ବୋଲି କହିଥିଲେ।

Comments are closed.