ରାସ୍ତା କଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଜି.ଉଦୟଗିରି- କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଡଡିଙ୍ଗିଆ ପଞ୍ଚାୟତର ଆମ୍ବେଦକର ନଗର ନିକଟସ୍ଥ ମୂଖ୍ୟ ରାସ୍ତା କଡ଼ରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର । ମିଳିଥିବା ସୂଚନା ଅନୁଯାୟୀ ଡଡିଙ୍ଗିଆ ପଞ୍ଚାୟତର ବୁଦ୍ଧିଆ ପାଙ୍ଗା ଗ୍ରାମର କିଶୋର ପ୍ରଧାନଙ୍କ ଝିଅ ଅଞ୍ଜିତା ପ୍ରଧାନ ‘୨୨’ ଗୁରୁବାର ସକାଳ ୧୦ଟାରେ କୈାଣସି କାମରେ ଫୁଲବାଣୀ ଯାଇଥିଲା। ଫୁଲବାଣୀରୁ ରାଇକିଆକୁ ଫେରିବାର ଶେଷ ବସ୍ ରେ ଘରକୁ ଫେରୁଛନ୍ତି ବୋଲି ଫୋନ୍ କରି ଜଣାଇଥିଲେ। ବଂ ପରେ ଅଞ୍ଜିତାଙ୍କ ମୋବାଇଲ ଫୋନ ସୁଇଚ୍ ଅଫ୍ ହୋଇଯାଇଥିଲା।

ପରିବାର ଲୋକେ ଝିଅଙ୍କୁ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଶୁକ୍ରବାର ସକାଳୁ ଆମ୍ବେଦକର ନଗର ନିକଟ ଡାଙ୍ଗାଡଣ୍ଡ ମୂଖ୍ୟ ରାସ୍ତା ଠାରୁ ପ୍ରାୟ ୪୦ ମିଟର ଦୁର ବୁଦା ମୂଳେ ଅଞ୍ଜିତାଙ୍କ ମୃତ ଦେହ ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ, ଜି ଉଦୟଗିରି ଏସଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ, ରାଇକିଆ ଥାନା ଅଧିକାରୀ ସାନ୍ତୁନୁ କୁମାର ପ୍ରଧାନ ଓ ସାଇଣ୍ଟିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି । ୭୩/୨୨,ଧାରା ୩୦୨ ଆଇପିସି ରେ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପୁଲିସ ପଠାଇଛି । ବ୍ୟବଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ତଦନ୍ତ ଅଧିକାରୀ ଆଇଆଇସି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଏପଟେ ଅଞ୍ଜିତାଙ୍କୁ କେହି ଦୁବୃର୍ତ୍ତ ହତ୍ୟାକରି ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

Comments are closed.