ଚାରା ବିତରଣ କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ କଲେ ଖଣ୍ଡୀୟ ବନ ଅଧିକାରୀ

ଜି.ଉଦୟଗିରି: ୭୨ତମ ବନ ମହୋତ୍ସବ ଅବସରରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀ ନାରାୟଣ ବେହେରା ବନ ମହୋତ୍ସବର ପ୍ରଥମ ଦିନରେ ଜି.ଉଦୟଗିରି ବନାଞ୍ଚଳ ଠାରେ ଚାରା ବିତରଣ କେନ୍ଦ୍ରକୁ ଉଦ୍ଘାଟିତ କରିବା ସହ ତଲାରୀମାହା ପି.ଆର.ଏଫ୍ ରେ ବୃକ୍ଷ ରୋପଣ କରିଥିବା ଜଣାପଡିଛି। ସ୍ଥାନୀୟ ବନାଞ୍ଚଳ ଅଧିକାରୀଣୀ ସୁଶ୍ରୀ ମିନାକ୍ଷୀ କୁମୁରାଙ୍କ ତତ୍ତ୍ବାବଧାନରେ ମୋଟ ୪.୫ ଲକ୍ଷ ଚାରା ରୋପଣ କରାଯାଇଥିଲା। ସେଥିରୁ ଏକ ଲକ୍ଷ ଚାରା ବିତରଣ କରାଯିବା ନେଇ ବନାଞ୍ଚଳ ଅଧିକାରୀଣୀ ସୂଚନା ଦେଇଥିବା ବେଳେ ଖଣ୍ଡୀୟ ବନ ଅଧିକାରୀ ଶ୍ରୀଯୁକ୍ତ ବେହେରା ଫୁଲବାଣି ଠାରେ ମୋଟ ୭ ଲକ୍ଷ ଚାରା ବିତରଣ କରାଯାଇଥିବା ସୂଚନା ଦେଇଛନ୍ତି।

ଚାରା ବିତରଣ ପିକ୍ଅପ ଭ୍ୟାନକୁ ପତାକା ଦେଖାଇ ଖଣ୍ଡିୟ ବନ ଅଧିକାରୀ ଉଦ୍ଘାଟନ କରିବା ସହ କାର୍ଯ୍ୟକ୍ରମକୁ ବନପାଳ ପ୍ରବୀଣ ଦାସ, ରଶ୍ମିତା ବକ୍ସି, ଡି.ସୁବାଷ ଓ ବନରକ୍ଷୀ ସି.ଏଚ୍.ଅନୀତା ପାତ୍ର ସହଯୋଗ କରିଥିବା ବେଳେ ପୂର୍ବରୁ ଖଣ୍ଡୀୟ ବନ ଅଧିକାରୀ ଶ୍ରୀଯୁକ୍ତ ବେହେରାଙ୍କ ଉପସ୍ଥିତିରେ ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ତଲାରିମାହା ପି.ଆର.ଏଫ୍ ରେ ୧୦୦ ହେକ୍ଟର ଅଂଚଳରେ ୨୦ ହଜାର ଚାରା ବନପାଳ ମୋନାଲିସା ପଣ୍ଡାଙ୍କ ତତ୍ତ୍ବାବଧାନରେ ରୋପଣ କରାଯାଇଥିବା ଜଣାପଡିଛି।

Comments are closed.