ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ ନ୍ୟାୟରେ ଜି.ଉଦୟଗିରି ଏନଏସି

ଜି.ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ୟ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ରଙ୍କ ଅନ୍ୟତ୍ର ବଦଳି ପରେ ସ୍ଥାନୀୟ ତହସିଲଦାର ଡ.ଜନ୍ମେଜୟ ସାହୁ ପରିଷଦର କାର୍ୟ୍ୟନିର୍ବାହୀ ଅଧିକାରୀ ଦାୟିତ୍ବରେ ନେବା ପରେ ସହରର ସୌନ୍ଦର୍ୟ୍ୟକରଣ ପାଇଁ ପଦକ୍ଷେପ ସ୍ବରୁପ ବୁଲା ଗାଇଗୋରୁମାନଙ୍କୁ ମାଲିକମାନେ ନିଜ ଦାୟିତ୍ତ୍ବରେ ରଖିବା ପାଇଁ ସହରରେ ଘୋଷଣା କରିଥିଲେ। ଏଥିରେ ଖିଲାପ କଲେ ଦୃଢ କାର୍ୟ୍ୟାନୁଷ୍ଠାନ ପାଇଁ ମଧ୍ୟ ଘୋଷଣା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ରାସ୍ତା ଉପରେ ବୁଲୁଥିବା ଗାଇଗୋରୁଗୁଡିକୁ ଥରେ ମାତ୍ର ପରିଷଦ ରାସ୍ତାରୁ ଉଠାଇ ନେଇ ସେଥିରେ ପୂର୍ଣ୍ଣଛେଦ ବୋଧେ ପକାଇ ଦେଇଛନ୍ତି। ହେଲେ ବର୍ତ୍ତମାନର ମହାମାରୀ କରୋନା ସମୟରେ କନ୍ଧମାଳ ଜିଲ୍ଲାରେ ଲକଡାଉନ ଅବଧି ଆଂଶିକ କୋହଳ ଥିବାବେଳେ ସପ୍ତାହନ୍ତ ସଟଡାଉନ ବଳବତ୍ତର ଅଛି। ଫଳରେ ରାସ୍ତାଘାଟ ଶୁନଶାନ ଥିବାରୁ ଏବେ ପୂର୍ବଭଳି ରାସ୍ତା ଉପରେ ଗାଇଗୋରୁ ଚଳ ପ୍ରଚଳ କରୁଥିବାରୁ ନଜରକୁ ଆସିଛି। ଫଳରେ ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ ବୋଲି ଲୋକେ ଆଲୋଚନା କରିବା ସହ ବିଜ୍ଞାପିତ ଅଞ୍ଚଳ ପରିଷଦର ଘୋଷଣା ପ୍ରବଳ କାର୍ୟ୍ୟାନୁଷ୍ଠାନ ଦୁର୍ବଳ ବୋଲି ଚର୍ଚ୍ଚା ଚାଲିଛି।

Comments are closed.