ବିଦ୍ୟାଳୟରେ ପୋଷାକ ବଣ୍ଟନ

ଜି.ଉଦୟଗିରି: ଅନୁସୁଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ଅନ୍ବେଷା ଯୋଜନାରେ ଜି.ଉଦୟଗିରି ଶ୍ରୀରାମପଦାଠାରେ ଥିବା ଗୁଡ୍ ସେଫର୍ଡ ଇଂରାଜୀ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ବିଦ୍ୟାଳୟରେ ପଢୁଥିବା ୧୨୮ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦୁଇ ହଳ ପୋଷାକ, ବହି, ଗୋଟିଏ ସ୍କୁଲ ବ୍ୟାଗ, ହଳେ ମୋଜା, ଟାଇ ଓ ବେଲ୍ଟ ସହ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି।

ବିଦ୍ୟାଳୟର ଅଧ୍ୟକ୍ଷ କୁନାଲ ପ୍ରଧାନଙ୍କ ପୌରହିତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣୀ ଇତିଶ୍ରୀ ଷଡଙ୍ଗୀ, ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

Comments are closed.