କୋଭିଡ କଟକଣା ଉଲଂଘନ, ଜୋରିମାନା ସହ କୋଚିଂ ସେଣ୍ଟର ସିଲ କଲା ଜି.ଉଦୟଗିରି ପ୍ରଶାସନ

ଜି.ଉଦୟଗିରି: ରାଜ୍ୟରେ କୋଭିଡର ତୃତୀୟ ଲହର ଓମିକ୍ରନ ତାର କାୟା ବିସ୍ତାର କରି ଚାଲିଥିବାବେଳେ ବ୍ଳକ ପ୍ରଶାସନ ଜି.ଉଦୟଗିରିର ବିଭିନ୍ନ ଅନୁଷ୍ଠାନର ମୂଖ୍ୟଙ୍କ ସହ ବୈଠକ କରି କୋଭିଡ ଗାଇଡଲାଇନ ମାନିବାକୁ ଆଲୋଚନା କରିବା ସହ ଡାକବାଜୀ ଯନ୍ତ୍ର ଯୋଗେ ପ୍ରଚାର ମାଧ୍ୟମରେ ନିବେଦନ କରିଥିଲେ ମଧ୍ୟ ପ୍ରଥମ ଦିନରେ ଅର୍ଥାତ ଆଜି କିଛି ଅମାନିଆ କୋଭିଡ କଟକଣା ଉଲଙ୍ଘନ କରିଥିବାରୁ ସ୍ଥାନୀୟ ପ୍ରଶାସନ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରିଛି। ତେବେ ଆଜିଠାରୁ ପେବୃୟାରୀ ୧ ତାରିଖ ପର୍ଯ୍ୟନ୍ଥ ଲାଗୁ ହୋଇଥିବା କଟକଣାକୁ ନ ମାନିଲେ ଜୋରିମାନା ସହ ଦୋକାନକୁ ନିଶ୍ଚିତ ସିଲ୍ କରାଯିବା ନେଇ ସ୍ଥାନୀୟ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରୀପାଠୀ, ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ ଓ ଥାନା ଅଧିକାରୀଣୀ ରେବତୀ ଶବର ସୂଚନା ଦେବା ସହ କୋଭିଡ କଟକଣା ଉଲଂଘନ କରିଥିବା ଅଭିଯୋଗରେ ଆଜି ସହରର ଇନୋଭାଟିଭ୍ କୋଚିଂ ସେଣ୍ଟରକୁ ମଧ୍ୟ ସିଲ୍ କରାଯାଇଛି ବୋଲି ସୂଚନା ଦେଇଛନ୍ତି।

Comments are closed.