ଟିକାବାଲିର ତେଙ୍ଗେଡାପଥର ଠାରେ ଆଞ୍ଚଳିକ ଉନ୍ନୟନ କମିଟି ଗଠିତ

ଟିକାବାଲି: ଟିକାବାଲିର ତେଙ୍ଗେଡାପଥର ଠାରେ ଆଞ୍ଚଳିକ ଉନ୍ନୟନ କମିଟି ଗଠିତ ହୋଇଯାଇଛି। ଅଞ୍ଚଳରେ ଥିବା ବିଭିନ୍ନ ସମଶ୍ୟାର ସମାଧାନ ନିମନ୍ତେ ଏହି କମିଟି ଗଠନ କରାଯାଇଥିବା ଜଣାପଡିଛି। ବିଶେଷ କରି ଶିକ୍ଷା,ସ୍ବାସ୍ଥ୍ୟ ଏବଂ ଗମନା ଗମନର ସୁବିଧା ନିମନ୍ତେ ଏହି କମିଟି କାର୍ଯ୍ୟ କରିବ ବୋଲି କମିଟି ତରଫରୁ ସୂଚନା ମିଳିଛି।ଏ ହି କମିଟିରେ ନୂତନ କର୍ମକର୍ତା ଚୟନ କରାଗଲା। ସଭାପତି ଭାବେ ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନ, ଉପ ସଭାପତି ଅବସରପ୍ରାପ୍ତ ଶିକ୍ଷକ ଚକ୍ର ଦିଗାଲ, ଉପ ସଭାପତି ମହେନ୍ଦ୍ର ସାହୁ, ସଂପାଦକପ୍ରଦୀପ ଦିଗାଲ, ସହ ସଂପାଦକ ଗୋପାଳ ସାହୁ, କୋଷାଦକ୍ଷ କେ ଲକ୍ଷ୍ମୀ ପାତ୍ର। ଉପଦେଷ୍ଟା ଭାବେ ବରିଷ୍ଠ ବିଜେପି ନେତା ରାମବିଶ ଦିଗାଲ, ପାତ୍ର ଦିଗାଲ, ପ୍ରତେ କହଁର, କ୍ଷେତ୍ରବାସି ସାହୁ, ଭିମସେନ କହଁଳ, ବାବୁଲି ଦିଗାଲ, ମାନ ରଞ୍ଜନ ପ୍ରଧାନ ସମୁହ ଉପସ୍ଥିତ ଥିଲେ।

Comments are closed.