ଭାଷା ଓ ଗଣିତ ଶିକ୍ଷା ଉପରେ କର୍ମଶାଳା ଅନୁଷ୍ଠିତ 

ଜି ଉଦୟଗିରି : ଜି ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପଦୀ ପଞ୍ଚାୟତ ଅନ୍ତର୍ଗତ ବାଡେନାକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ ରଞ୍ଜନ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଭାଷା ଓ ଗଣିତ (ଏଫ୍ ଏଲ ଏନ ) ଶିକ୍ଷା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠି ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ ଓ ଅନ୍ୟତମ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିହିର କାନ୍ତ ପ୍ରଧାନ ଓ ବିଦ୍ୟାଳୟ କମିଟି ଅଧ୍ୟକ୍ଷା ସୁନେମୀୟା ପ୍ରଧାନ ଯୋଗଦେଇ ଛାତ୍ର ଓ ଛାତ୍ରୀଙ୍କୁ ଭାଷା ଓ ଗଣିତ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋଲୋକ ବିହାରୀ ପଟ୍ଟନାୟକଙ୍କ ତତ୍ବାବଧାନରେ ନିର୍ମିତ ଅଳ୍ପ ଖର୍ଚ୍ଚ ଓ ବିନା ଖର୍ଚ୍ଚ ଯନ୍ତ୍ର ପାତି ର ଏକ ପ୍ରଦର୍ଶନୀ ଷ୍ଟଲ୍ ଛାତ୍ର ଓ ଛାତ୍ରୀଙ୍କୁ ଦେଖାଇଥିଲେ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଓ ଛାତ୍ରୀ ଙ୍କ ମଧ୍ୟରେ ଅଳ୍ପ ଖର୍ଚ୍ଚ ଓ ବିନା ଖର୍ଚ୍ଚ ଯନ୍ତ୍ରପାତୀ ପ୍ରଦର୍ଶନ ମାଧ୍ୟମରେ ଭାଷା ଓ ଗଣିତର ବିକାଶ କରାଇବା ଏହାର ମୂଳ ଲକ୍ଷ୍ୟ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୁନନ୍ଦନ ପଣ୍ଡା କହିଥିଲେ। କାର୍ଯ୍ୟକ୍ରମକୁ ସି ଆର ସି ସି ପଙ୍କଜିନି ସାହୁ, ସୂର୍ଯ୍ୟନାରାୟଣ ପାଣି ଗ୍ରାହୀ , କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ଶେଷରେ ସହକାରୀ ଶିକ୍ଷୟିତ୍ରୀ ସବିତା ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.