ପଟ୍ଟା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ; ଚାଳକ ସୁରକ୍ଷିତ

ଜି ଉଦୟଗିରି : ଜି ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗ। ଠାରୁ ୫କି.ମି ଏକ ବୁଲାଣି ରାସ୍ତାରେ ଆଗ ଟ୍ରକକୁ ପଛ ଟ୍ରକ ଧକ୍କା ଦେଇଛି। ସୌଭାଗ୍ୟବଶତଃ ଉଭୟ ଟ୍ରକର ଚାଳକ ସୁରକ୍ଷିତ ଥିବା ଜଣାପଡିଛି। ପ୍ରକାଶ ଯେ, ବୁଧବାର ଭୋର୍ ପ୍ରାୟ ୩ଟା ସମୟରେ ଗୁଜରାଟରୁ ବାଲିଶିରା ଆସୁଥିବା ପଟ୍ଟା ବୋଝେଇ ଟ୍ରକ ଯାଉଥିବା ବେଳେ ପଛପଟୁ ଆଉ ଏକ ପଟ୍ଟା ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଜି ଉଦୟଗିରି ପୁଲିସ ଓ କଳିଙ୍ଗା ବନପାଳ ରଶ୍ମିତା ବକ୍ସି ପହଞ୍ଚି ଘଟଣାର ଛାନଭିନ କରୁଥିବା ବେଳେ ଘଟଣାଟି ମୁଜାଗଡ ବାନାଞ୍ଚଳ ଅନ୍ତର୍ଗତ ହୋଇଥିବାରୁ କଳିଙ୍ଗା ବନପାଳ ରଶ୍ମିତା ବକ୍ସି ରମ୍ଭା ବନରକ୍ଷୀଙ୍କୁ ସୁଚନା ଦେଇଥିବା ପ୍ରକାଶ କରିଛନ୍ତି।

Comments are closed.