ରାତିରେ ମନ୍ଦିର ପ୍ରବେଶ ଭୀରୁତାର ଲକ୍ଷଣ

0

ଥିରୁଭାନନ୍ଥପୁରମ: ସାବରୀମାଳା ମନ୍ଦିରରେ ଦୁଇ ମହିଳାଙ୍କ ପ୍ରବେଶ ପରେ ଉଠିଥିବା ବିବାଦ ବଢ଼ିବାରେ ଲାଗିଛି। ସେହି ପ୍ରସଙ୍ଗରେ ମତ ଦେଇଛନ୍ତି ପ୍ରସିଦ୍ଧ ମହାକାଶ ବିଜ୍ଞାନୀ ଜି ମାଧବନ୍‍ ନାୟାର। ନିକଟରେ ବିଜେପିରେ ଯୋଗ ଦେଇଥିବା ଶ୍ରୀ ନାୟାର କରିଛନ୍ତି ଯେ ରାତିର ଅନ୍ଧକାରର ସହାୟତା ନେଇ ମନ୍ଦିରରେ ପ୍ରବେଶ କରିବା ଭୀରୁତାର କାର୍ଯ୍ୟ। ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗରୁ ଦୂରରେ ରହି ବନ୍ୟାବିଧ୍ୱସ୍ତ କେରଳର ପୁନରୁଦ୍ଧାର ଦିଗରେ କେରଳ ସରକାର ମନୋନିବେଶ କରିବା ଆବଶ୍ୟକ। ମନ୍ଦିରରେ ୧୦ ରୁ ୫୦ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କ ପ୍ରବେଶ ଉପରେ ରହିଥିବା କଟକଣାକୁ ସାମ୍ବିଧାନିକ ଅଧିକାର ନାମରେ ଉଲ୍ଲଂଘନ କରିବା ଠିକ୍‍ ନୁହେଁ ବୋଲି ସେ କହିଛନ୍ତି।

Leave A Reply