ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ସିଏଜି ଭାବେ ନିଯୁକ୍ତିି

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ପୂର୍ବତନ ଉପ-ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଦେଶର ସିଏଜି ଭାବେ ନୂତନ ନିଯୁକ୍ତିିି ମିଳିଛି। ଗୁରୁବାର ଭାରତ ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସିଏଜି ଭାବେ ନିଯୁକ୍ତିି ଦେଇଛନ୍ତିି। ବୁଧବାର ସେ ଜାମ୍ମୁ କାଶ୍ମୀର ଉପ-ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ତାଙ୍କର ନୂତନ ନିଯୁକ୍ତି କାର୍ଯ୍ୟକାରୀ ହେବ।

ଅନ୍ୟପକ୍ଷରେ ଜମ୍ମୁ ଓ କଶ୍ମୀରର ଉପ-ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି। ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନରେ ରାଷ୍ଟ୍ରପତି ଶ୍ରୀ ମନୋଜ ସିହ୍ନାଙ୍କୁ ଜମ୍ମୁ ଓ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ମନୋଜ ସିହ୍ନା କାର୍ଯ୍ୟରେ ଯୋଗଦେବା ଦିନଠାରୁ ଏହି ଆଦେଶ କାର୍ଯ୍ୟକାରୀ ହେବ।

Comments are closed.