୨ ଦୁର୍ଘଟଣା : ଜଣଙ୍କର ମୃତ୍ୟୁ,୧୦  ଗୁରୁତର

ଡେସ୍କ : ଭଦ୍ରକରେ ଶନିବାର ସକାଳେ ୨ଟି ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି।

୧୬ ନଂ ଜାତୀୟ ରାଜପଥ ଭଣ୍ଡାରିପୋଖରୀର ଛତାବର ନିକଟରେ ଏକ ଦୁର୍ଘଟଣାରେ ଟ୍ରକ୍ ତଳେ କାର୍ ପଶିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୪ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କାରଟି ପଶ୍ଚିମବଙ୍ଗରୁ ପୁରୀ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।

ସେହିପରି ଭଦ୍ରକ ଗ୍ରାମାଞ୍ଚଳ ଥାନା ତ୍ରିଶୁଳପୁର ଛକରେ ଏକ ଟ୍ରକ୍‌କୁ ପଛରୁ ପିଟି ଆଉ ଏକ ଟ୍ରକ ଓଲଟି ପଡ଼ିଛି । ଫଳରେ ୬ ଗୁରୁତର ଆହତ ହୋଇଛନ୍ତି । ପଛ ଟ୍ରକ୍‌ ଡ୍ରାଇଭର ସହ ୬ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଗ୍ରସ୍ତ ଟ୍ରକରେ ୬ ଜଣ ଲୋକ ଥିଲେ। କୁକୁଡା ଚିଆଁ ନେବା ପାଇଁ କଲକତାରୁ ଟ୍ରକ୍‌ଟି ଓଡ଼ିଶା ଆସୁଥିଲା।

Comments are closed.