ଆମାଜନ୍‌ ୨,୫୦୦ କୋଟି ଟଙ୍କା ଦେଇ ବିଗ୍‌ ବଜାର-ଫ୍ୟୁଚର ଗ୍ରୁପର ୯.୫ ପ୍ରତିଶତ ଅଂଶଧନ କିଣିବ!

0

ନୂଆଦିଲ୍ଲୀ . – ଆମାଜନ୍‌ ଏବେ ଭାରତରେ ରିଟେଲ୍‌ ବଜାରରେ ପ୍ରବେଶ କରିବ । ଏଥିପାଇଁ ଫ୍ୟୁଚର ଗ୍ରୁପର ୯.୫ ପ୍ରତିଶତ ଅଂଶଧନକୁ ଆମାଜନ୍‌ ୨,୫୦୦ କୋଟି ଟଙ୍କା ଦେଇ କିଣିବ ବୋଲି ଜଣା ପଡିଛି ।  ଫ୍ୟୁଚର ଗ୍ରୁପର ବିଗ୍‌ବଜାର ରିଟେଲ ଚେନ୍‌ ସହ ଇଜି ଡେ, ହାଇପର ସିଟି ପରି ଅନେକ ବ୍ୟବସାୟ ରହିଛି । ଭାରତରେ ଏହାର ୧,୧୦୦ରୁ ଅଧିକ ବ୍ୟବସାୟ ପ୍ରତିଷ୍ଠାନ ରହିଛି ।

ଚଳିତ ବର୍ଷ ଜାନୁଆରିରେ ଫ୍ୟୁଚର ଗ୍ରୁପର ମୁଖ୍ୟ କିଶୋର ବିୟାନି ଆମାଜନର ମୁଖ୍ୟ ଜେଫ୍‌ ବେଜୋସ୍‌ଙ୍କୁ ଆମେରିକାରେ ଭେଟିଥିଲେ ।  ଫ୍ୟୁଚର ଗ୍ରୁପ ବୋର୍ଡର ବୈଠକ ପରେ ନଭେମ୍ବର ୧୪ ତାରିଖ ପରେ ଏ ବିଷୟରେ ବିଧିବଦ୍ଧ  ଘୋଷଣା କରାଯିବ  ବୋଲି ଇକୋନମିକସ୍‌ ଟାଇମସ୍‌ର ଏକ ଖବରରେ ପ୍ରକାଶିତ ହୋଇଛନ୍ତି । ଏହି ବିଷୟରେ ଦୁଇ କମ୍ପାନୀ  କୌଣସି ମନ୍ତବ୍ୟ ଦେଇ ନାହାନ୍ତି ।

Leave A Reply