ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ବ୍ରହ୍ମପୁର ଗ୍ରାମବାସୀଙ୍କ ନିଧି ସଂଗ୍ରହ

ଗୁରୁଡିଝାଟିଆ : ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଭବ୍ୟମନ୍ଦିର ନିର୍ମାଣପାଇଁ ସାରା ଭାରତବର୍ଷରୁ ନିଧି ସଂଗୃହ କରାଯାଉଛି। ସଂଗୃହୀତ ନିଧିକୁ ମନ୍ଦିର ନିର୍ମାଣାର୍ଥେ ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ଟ୍ରଷ୍ଟ ନିକଟକୁ ପଠାଯାଉଛି। ଏହି ଧାରାରେ ନିଜକୁ ସଂଶ୍ଳିଷ୍ଟ କରି ଖୁଣ୍ଟୁଣୀ  ଥାନା ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମର ଅଧିବାସୀମାନେ ନିଧି ସଂଗ୍ରହ କରିଛନ୍ତି। ଗାଁର ମୁରବୀ ରତ୍ନାକର ସାମନ୍ତ, ବଂଶୀଧର ଶତପଥି, ଲକ୍ଷ୍ମୀଧର ସାମନ୍ତରାୟ, ଶିକ୍ଷାବିତ୍ ତଥା ଗାଁ ମୁରବୀ ବସନ୍ତ କୁମାର ବିଶ୍ୱାଳ, ମନୋହର ସାମନ୍ତ, ଉମାକାନ୍ତ ସ୍ୱାଇଁ, ବାସୁଦେବ ପ୍ରଧାନ ସହିତ ଗାଁର ମୁରବୀମାନେ ଘରଘର ବୁଲି ପ୍ରଭୂ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ନିଧି ସଂଗ୍ରହ କରିଥିଲେ। ଗ୍ରାମର ପ୍ରତ୍ୟେକ ପରିବାର ଅତି ଆନନ୍ଦରେ ଆଧ୍ୟାତ୍ମିକ ଭାବନାରେ ନିଜକୁ ଉଦ୍ଜୀବିତ କରି ନିଧି ପ୍ରଦାନ କରି ଗାଁରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଗାଁର ସଂଗୃହୀତ ନିଧିକୁ ଶ୍ରୀରାମ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ପଠାଯିବାର ବ୍ୟବସ୍ଥା କରାଯାଇଛି।

Comments are closed.