ସାରନଗରୀରେ ବୁଲିଲା ନିଧି ସମର୍ପଣ ରଥ

ସାରନଗରୀ : ଶହ ଶହ ବର୍ଷର ସ୍ୱପ୍ନ ସାକାର ହେବାର ଅଲୌକିକ ମୁହୂର୍ତ୍ତ ୨୦୨୦ ମସିହା ଅଗଷ୍ଟ ୫ ତାରିଖରେ ଆସି ଉପସ୍ଥିତ ହୋଇଛି । ସୂର୍ୟ୍ୟମହନ୍ତ ନୃତ୍ୟଗୋପାଳ ଦାସଙ୍କ ସହିତ ଦେଶର ଆଧ୍ୟାତ୍ମିକ ଧାରାର ପୂଜ୍ୟ ଆଚାର୍ୟ୍ୟ ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଚାଳକ ଡ଼.ମୋହନ ଭାଗବତଙ୍କ ପାବନ ସାନିଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଭୂମିପୂଜନ ଉତ୍ସବ ଆୟୋଜନ କରି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଏହି ଐତିହାସିକ ପାଳନ ଉତ୍ସବକୁ ସାରନଗରୀରେ ଭବ୍ୟ ଉତ୍ସୁକୁତାର ସହିତ ପାଳନ କରାଯାଇଛି । ଏହି ଅବସରରେ ସାରନଗରୀରେ ସଚେତନତାର ମନ୍ତ୍ର ପ୍ରଚାର ଉଦ୍ଦେଶ୍ୟରେ ସଚେତନତା ରଥ ରଙ୍ଗିଲା ଛକ ଶିବ ମନ୍ଦିରରୁ ବାହାରି ଫର୍ଟିଲାଇଜର,ଅଟୋକେଲାନୀ,ନାରାୟଣ ମାର୍କେଟ,ପାଣିଟାଙ୍କି ମାର୍କେଟ,ଆଇଡ଼ିଏଲ ଛକ,ନବକୃଷ୍ଣନଗର,ଧରମଡ଼ିହି,କାଳୀମନ୍ଦିର,ବାଲିଯୋଡ଼ି,ସୁପରମାର୍କେଟ,ଗଂଜୁ ମାର୍କେଟ ପ୍ରଭୁତି ସ୍ଥାନରେ ଧୂପ,ଦୀପ,ହୁଳହୁଳି ଏବଂ ରାମଧୂନି ଗାନ କରାଯାଇ ଭବ୍ୟ ସ୍ୱାଗତ କରାଯାଇଥିଲ।। ଏହି ଭ୍ରମଣ ପରିକ୍ରମାକୁ ବିଶ୍ୱ ହିନ୍ଦୁ ପରିଷଦର କମଲେଶ୍ୱର ସାହା,ଶ୍ରୀଚରଣ ମିଶ୍ର,ସନ୍ତୋଷ ଦାସ,ସୁମନ୍ତ ପ୍ରଧାନ,ଅମୂଲ୍ୟ ସେଠୀ,ଟିକେଶ୍ୱର ମାହାନ୍ତ,ନରନାଥ କନୱାର,ଭୂଷଣ ସିହ୍ନା,ନରେଶ ଜେନା,ରଙ୍କନିଧି ସାହ,ସଂଗ୍ରାମ ଦଳେଇ,ବାଦଲ ପାତ୍ର ପ୍ରମୁଖ ରାମଭକ୍ତମାନଙ୍କ ଦ୍ୱାରା ପରିକ୍ରମା କରାଯାଇଥିଲ।। ଏହି ସମର୍ପଣ ରଥକୁ ସାରନଗରୀରେ ଉତ୍ସାହିତ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲ।।

Comments are closed.