ଶ୍ରୀରାମ ଜନ୍ମ ଭୂମିରେ ମନ୍ଦିର ନିର୍ମାଣ ପାଇଁ ଅତାବିରାରେ ନିଧି ସମର୍ପଣ ଆରମ୍ଭ….

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଳା ଅତାବିରା ବଜରଙ୍ଗ ଦଳ,ବିଶ୍ୱ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସଙ୍କଟ ମୋଚନ ହନୁମାନ ମନ୍ଦିର ଠାରେ ଶ୍ରୀରାମ ଜନ୍ମ ଭୂମିର ମନ୍ଦିର ନିର୍ମାଣ ପାଇଁ ଅତାବିରା ପ୍ରଖଣ୍ଡରେ ନିଧି ସମର୍ପଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ଏହି ଅବସରରେ ପ୍ରଥମେ ହନୁମାନ ମନ୍ଦିର ଠାରେ ପୂଜାର୍ଚ୍ଚନା ପୂର୍ବକ ନିଧି ସମର୍ପଣ କାର୍ଯ୍ୟ ଆରମ୍ଭ ହୋଇ ଏକ ବାଇକ ରାଲି ସାହାଯ୍ୟ ରେ ବିଶାଳ ଶୋଭା ଯାତ୍ରା ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇ ନଗର ପରିକ୍ରମା କରି ଶ୍ରୀରାମ ବାବା ମଠରେ ପହଞ୍ଚିଥିଲା। ସେଠାରେ ଶ୍ରୀ ରାମଙ୍କ ପୂଜାର୍ଚ୍ଚନା ପୂର୍ବକ ଦ୍ବୀପ ପ୍ରଜ୍ବଳନ କରି ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ସଂଗ୍ରହ ଅଭିଯାନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଘର ଘର ଗାଁ ଗାଁ ଦୋକାନ ବଜାର ରୁ ସହୃଦୟରେ ଦାନ କରିବା ପାଇଁ ସ୍ଥିର ହୋଇଥିଲା। ଏଥିରେ ସର୍ବ ସମ୍ମତି କ୍ରମେ ବଜରଙ୍ଗ ଦଳ,ବିଶ୍ବହିନ୍ଦୁ ପରିଷଦ,ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସମସ୍ତ କର୍ମକର୍ତ୍ତା ସହ ଶତାଧିକ ଜନ ସାଧାରଣ ଯୋଗ ଦେଇଥିଲେ।

Comments are closed.