ମୁମ୍ବାଇରେ ପେଟ୍ରୋଲ ଲିଟର ଟପିଲା ୯୦ ଟଙ୍କା

ବ୍ରହ୍ମପୁରରେ ପେଟ୍ରୋଲ ୮୫.୪୨, ସମ୍ବଲପୁରରେ ୮୪.୬୮, ଭୁବନେଶ୍ବରରେ ୮୪.୦୪ ଟଙ୍କା

ଦେଶରେ କିଛିଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ୨୦୧୮ ସେପ୍ଟେମ୍ବର ଠାରୁ ଅର୍ଥାତ ଗତ ପ୍ରାୟ ୨ ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଦେଶରେ ‌ସର୍ବୋଚ୍ଚ ସ୍ତର ଛୁଇଁଛି। ମୁମ୍ବାଇରେ ପେଟ୍ରୋଲ ଦର ୯୦ ଟଙ୍କାରୁ ଅଧିକ ରହିଥିବାବେଳେ ଡିଜେଲ ଦର ୮୦ ଟଙ୍କାର ଅଧିକ ରହିଛି। ସେହିପରି ଭୁବନେଶ୍ବରରେ ପେଟ୍ରୋଲ ଦର ୮୪.୦୪ଟଙ୍କା ଏବଂ ଡିଜେଲ ଦର ୮୦.୧୭ ଟଙ୍କା ରହିଛି। ସେହିପରି ବ୍ରହ୍ମପୁରରେ ପେଟ୍ରୋଲ୍‌ ଦର ୮୫.୪୨ ଏବଂ ଡିଜେଲ୍‌ ଦର ୮୧.୫୧ ରହିଥିବାବେଳେ ସମ୍ବଲପୁରରେ ପେଟ୍ରୋଲ୍‌ ଦର ୮୪.୬୮ ଏବଂ ଡିଜେଲ୍‌ ଦର ୮୦.୮୨ ରହିଛି। ଗତ ଶନିବାର ତୁଳନାରେ ରବିବାର ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୨୯ ପଇସା ବଢ଼ିଥିବା ବେଳେ ଡିଜେଲ ଦର ୩୧ ପଇସା ବଢ଼ିଛି।

ଅନ୍ୟପକ୍ଷରେ ସର୍ବଭାରତୀୟସ୍ତରରେ ମୁମ୍ବାଇରେ ପେଟ୍ରୋଲ ଦର ୯୦.୩୪ ଟଙ୍କା ପହଞ୍ଚିଛି । ଦିଲ୍ଲୀରେ ପେଟ୍ରୋଲ ଦର ୮୩.୭୧ ଟଙ୍କା, ଚେନ୍ନାଇରେ ୮୬.୫୧ ଟଙ୍କା ଓ କୋଲକାତାରେ ୮୫.୧୯ ଟଙ୍କା ରହିଛି । ୬ ବର୍ଷ ତଳର ଦର ସହ ତୁଳନା କଲେ ୨୦୧୪ ମସିହା ଡ଼ିସେମ୍ବର ମାସରେ ଦିଲ୍ଲୀରେ ପେଟ୍ରୋଲ ଦର ୬୩.୩୩ ଟଙ୍କା, କୋଲକାତାରେ ୭୦.୭୩ ଟଙ୍କା, ମୁମ୍ବାଇରେ ୭୦.୯୫ ଟଙ୍କା ଓ ଚେନ୍ନାଇରେ ୬୬.୦୫ ଟଙ୍କା ରହିଥିଲା ।

Comments are closed.