ଫ୍ରାଏ ଆଇସକ୍ରିମ

ଆବଶ୍ୟକ ସାମଗ୍ରୀ
ଭାନିଲା ଆଇସକ୍ରିମ – ୨କପ
ଚକୋଲେଟ ସିରଫ – ୩ ଚାମଚ
ଆଇସକ୍ରିମ ସ୍କୁପ – ଆବଶ୍ୟକ ପରିମାଣରେ
କଣ୍ଣଫ୍ଲୋର – ୨କପ
ତେଲ – ଆବଶ୍ୟକ ଅନୁଯାୟୀ
ମଇଦା – ୩ ଚାମଚ
ଚେରି – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଆଇସକ୍ରିମ ସ୍କୁପକୁ ଏକ କାଚ ପାତ୍ରରେ ଫ୍ରିଜରେ ରଖି ଦିଅନ୍ତୁ। ଏବେ ମଇଦାରେ ପାଣି ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ କେକ ପାଉଡ଼ରରେ କଣ୍ଣଫ୍ଲୋର ମିଶାଇ ଦିଅନ୍ତୁ। ଏହାପରେ ଆଇସକ୍ରିମ ସ୍କୁପକୁ କେକ ପାଉଡ଼ର ଉପରେ ରଖି ୨ ଘଣ୍ଟା ଫ୍ରିଜରେ ରଖି ଦିଅନ୍ତୁ। ୨ ଘଣ୍ଟା ପରେ ରଖିଥିବା ଆଇସକ୍ରିମ ସ୍କୁପକୁ ମଇଦା ଘୋଳରେ ବୁଡ଼ାଇ କଣ୍ଣଫ୍ଲୋର ଗୁଣ୍ଡରେ ବୁଡ଼ାଇ ପୁଣି ଫ୍ରିଜରେ ୨ ଘଣ୍ଣା ଫ୍ରିଜରେ ରଖନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଫ୍ରିଜ ରଖିଥିବା ଆଇସକ୍ରିମ ସ୍କୁପକୁ ଫ୍ରାଏ କରନ୍ତୁ। ଏବେ ଏହି ଫ୍ରାଏ ହୋଇଥିବା ଆଇସକ୍ରିମ ସ୍କୁପକୁ ଭାନିଲା ଆଇସକ୍ରିମରେ ଫ୍ରାଏ ହୋଇଥିବା ଆଇସକ୍ରିମ ସ୍କୁପକୁ ରଖନ୍ତୁ। ଏହାଉପରେ ଚେରି ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା  ଆଇସକ୍ରିମ ଫ୍ରାଏ।

Comments are closed.