ପବିତ୍ର ରଥଯାତ୍ରା ଅବସରରେ ଲାୟନ୍ସ କ୍ଳବ ଅତାବିରା ପକ୍ଷରୁ ଫଳ ବଣ୍ଟନ

ରେଙ୍ଗାଲିକ୍ୟାମ୍ପ : ଆଜି ପବିତ୍ର ରଥଯାତ୍ରା ଅବସରରେ ଅତାବିରା ଲାୟନ୍ସ କ୍ଳବ ପକ୍ଷରୁ ଅତାବିରା କୁଷ୍ଠାଶ୍ରମଠାରେ ନାରାୟଣମାନଙ୍କୁ ଫଳ, ବିସ୍କୁଟ, ପାଣିବୋତଲ ଆଦି ବଣ୍ଟନ କରାଯାଇଛି । କ୍ଳବର ସଭାପତି ଧୀରେନ୍ଦ୍ର କୁମାର ରଥଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବିନୟ କୁମାର ଦାଶ, ସୋମନାଥ ପଟ୍ଟନାୟକ, ବିକାଶ ସାହୁ, ଜଗବନ୍ଧୁ ପଣ୍ଡା ଓ ସୁଦୟ ଭୋଇ ପ୍ରମୁଖ ସହାୟତା କରିଥିଲେ।

Comments are closed.