ଫଳ ଖାଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ରଖନ୍ତୁ

ଆପଣ ଖାଦ୍ୟ ଖାଇବା ପୂର୍ବରୁ କିମ୍ବା ପରେ ସଙ୍ଗେସଙ୍ଗେ ଫଳ ଖାଆନ୍ତୁ ନାହିଁ। ସକାଳ ସମୟରେ ଜଳଖିଆ ଖାଇବା ସମୟରେ ଫଳ ଖାଇ ପାରିବେ।
ଫଳରେ ବହୁ କ୍ୟାଲୋରୀ ରହିଥାଏ। ଏହି କାରଣରୁ ଖାଦ୍ୟ ଖାଇବା ପରେ ଫଳ ଖାଇବା ଦ୍ୱାରା ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ।
ଖାଦ୍ୟ ଖାଇବା ପରେ ଫଳ ଖାଇଲେ ଗ୍ୟାସ, ଏସିଡ଼ିଟି, କୋଷ୍ଠକାଠିନ୍ୟ, ପେଟ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଏହା ଛଡ଼ା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡ଼ିଥାଏ। ଯାଦ୍ୱାରା ଫଳ ସ୍ୱାସ୍ଥ୍ୟର ହିତ କରିବା ପରିବର୍ତ୍ତେ କ୍ଷତି କରିଥାଏ।
ଫଳ ସହ କ୍ଷୀର କିମ୍ବା ଦହିର ସେବନ କରନ୍ତୁ ନାହିଁ। ଫଳ ଖାଇବାର ଏକ ଘଣ୍ଟା ପର୍ୟ୍ୟନ୍ତ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ।
ସକାଳ ସମୟରେ ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଖାଲି ପେଟରେ ସକାଳେ ଫଳ ଖାଇଲେ ଏହା ଶରୀର ସୁସ୍ଥ ରହିବା ସହ ବହୁ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ମାତ୍ର ଖଟା ଜାତୀୟ ଫଳକୁ ଖାଲି ପେଟରେ ଖାଆନ୍ତୁ ନାହିଁ। ଏହା ଦ୍ୱାରା ଏସିଡ଼ିଟି ହୋଇଥାଏ। ସେଓ, କଦଳୀ ଆଦି ଫଳ ଖାଲି ପେଟରେ ଖାଇପାରିବେ।
ତରଭୂଜ ଖାଇବାର ୧ ଘଣ୍ଟା ପର୍ୟ୍ୟନ୍ତ କିଛି ଖାଆନ୍ତୁ ନାହିଁ। ଏଥିରେ ପର୍ୟ୍ୟାପ୍ତ ପରିମାଣରେ ଜଳ ଥାଏ।
ଋତୁ ଅନୁସାରେ ଫଳ ଖାଇଲେ ମଧ୍ୟ ଏହା ଶରୀର ପାଇଁ ଖୁବ ଉପକାରୀ ଅଟେ।

Comments are closed.