ଫଳ ଉପରେ ଷ୍ଟିକର କାହିଁକି ବ୍ୟବହାର କରାଯାଇଥାଏ ଜଣନ୍ତି କି ?

ଆଜିକାଲି ବଜାରରେ ବିଦେଶରୁ ରପ୍ତାନୀ ହୋଇଆସୁଥିବା ଫଳର ଚାହିଦା ଅଧିକ। କାରଣ ଲୋକଙ୍କର ଧାରଣା ଯେ ବିଦେଶୀ ଫଳଗୁଡ଼ିକରେ ଭିଟାମିନ୍ ଅଧିକ ପରିମାଣରେ ଅଛି। ଫଳ ଉପରେ ଲାଗିଥିବା କେତେକ ଷ୍ଟିକର୍‌ରେ କୋଡ୍(ସଂଖ୍ୟା) ଲେଖାହୋଇଥାଏ। ଏହା ଦ୍ବାରା ଜଣାପଡ଼ିଥାଏ ଯେ ଫଳ ଚାଷ କିଭଳି ଭାବେ ହୋଇଛି?

-ଯେପରି ଫଳ ଉପରେ ୫ ଅଙ୍କ ସଂଖ୍ୟା ଲେଖାହୋଇଥିଲେ, ତାହା ଜୈବିକ ଭାବେ ଚାଷ ହୋଇଥିବାର ଜାଣିନିଅନ୍ତୁ। ଏହା ସହ ସଂଖ୍ୟାଟି ଯଦି ୮ ଅଙ୍କରୁ ଆରମ୍ଭ, ତେ​‌ବେ ମଧ୍ୟ ଜୈବିକ ଚାଷ ହୋଇଥାଏ।
– ଅନ୍ୟପାଖେ କୋଡ୍ ସଂଖ୍ୟା ଅଧିକ ହୋଇଥିଲେ, ଫଳ ଚାଷ ସମୟରେ କୀଟନାଶକର ବ୍ୟବହାର ହୋଇଛି ବୋଲି ଜଣାପଡ଼ିଥାଏ।
– ଆମେରିକାର ପ୍ରତ୍ୟେକ ପ୍ରାନ୍ତରେ ମିଳୁଥିବା ସେଓରେ ଷ୍ଟିକର୍ ଲାଗିଥିବାବେଳେ କୀଟନାଶକର ବ୍ୟବହାର ମଧ୍ୟ ପାରୁପର୍ଯ୍ୟନ୍ତ କମ୍ କରାଯାଏ। ସେଠାରେ ମିଳୁଥିବା ଅର୍ଗାନିକ୍ ଫଳ ଉପରେ ଲାଗିଥିବା ଷ୍ଟିକରଗୁଡ଼ିକ ସ୍ବାସ୍ଥ୍ୟ ନିମନ୍ତେ ଆଦୌ କ୍ଷତିକାରକ ନୁହେଁ। ସେସବୁ ଷ୍ଟିକର୍‌କୁ ବାରମ୍ବାର ପରୀକ୍ଷା କରାଯାଇ ସତ୍ୟତା ପ୍ରମାଣିତ କରାଯାଇଛି। ଭୁଲ୍‌ବଶତଃ କେହି ଷ୍ଟିକର୍ ନ ଛଡ଼ାଇ ଫଳ ଖାଇଲେ, ତାହା ଶରୀର ପାଇଁ ହାନିକାରକ ହୋଇନଥାଏ ବୋଲି ଗବେଷକ ପ୍ରକାଶ କରିଛନ୍ତି।

Comments are closed.