ବିନ୍ଦୁଡିହିରେ ସେବା ସପ୍ତାହ ଉପଲକ୍ଷେ ଫଳ ବଣ୍ଟନ

ରେଙ୍ଗାଲି : ସମ୍ବଲପୁର ଜିଲା ରେଙ୍ଗାଲି ଅଞ୍ଚଳରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରୁ ବିଜେପି ପକ୍ଷରୁ ସପ୍ତାହ ବ୍ୟାପି ସେବା ସପ୍ତାହ ରୂପେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ରେଙ୍ଗାଲି ବ୍ଳକ୍ ର ଲଇଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିନ୍ଦୁଡିହି ଗ୍ରାମରେ ଏକ କାର୍ୟ୍ୟକ୍ରମ ଆୟୋଜନ କରାଯାଇ ଗ୍ରାମବାସୀଙ୍କୁ ସୁସ୍ବାଦୁ ଫଳ ବଣ୍ଟନ କରାଯାଇଥିଲା। ଜିଲ୍ଲା ପରିଷଦ ସଭ୍ୟା ଉତ୍ପଲା ଧୁରୁଆ, ସରସ୍ବତୀ ମିର୍ଦ୍ଧା, ପଙ୍କଜିନୀ ମେହେର ଏହି କାର୍ୟ୍ୟକ୍ରମରେ ଯୋଗଦେଇ ଫଳ ବଣ୍ଟନ କରିଥିଲେ। ଏହି କାର୍ୟ୍ୟକ୍ରମରେ ଦଳିୟ କର୍ମକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ଥିଲେ।

Comments are closed.