ସୁନ୍ଦର ତ୍ୱଚା ପାଇଁ ବରଦାନ ଏହି ଫେସ ପ୍ୟାକ୍

ସଭିଏଁ ନିଜ ମୁହଁର ସୁନ୍ଦରତା ପାଇଁ ଚିନ୍ତିତ। ମୁହଁ ପାଇଁ ଫେସ ପ୍ୟାକ ଲଗାଇବା ବେଶ ଲାଭଦାୟକ। ବଜାରରେ ମିଳୁଥିବା କେମିକାଲ ଯୁକ୍ତ ଫେସପ୍ୟାକ ଅପେକ୍ଷା ଘରୋଇ ଉପାୟରେ ଏହାକୁ ପ୍ରସ୍ତୁତ କରି ଲଗାଇଲେ ମୁହଁ ପାଇଁ ଅଧିକ ଲାଭଦାୟକ ଅଟେ। ଏହାର କୌଣସି କୁପ୍ରଭାବ ମଧ୍ୟ ପଡ଼ିନଥାଏ। ମୁହଁକୁ ସୁନ୍ଦର, ଗୋରା ଓ ଉଜ୍ୱଳ ମଧ୍ୟ କରିଥାଏ। ଜାଣନ୍ତୁ କିଭଳି ଘରୋଇ ଉପାୟରେ ଫେସପ୍ୟାକ ପ୍ରସ୍ତୁତ କରିବେ…….
ଟମାଟୋ ଫେସପ୍ୟାକ –
ଏହି ଫେସପ୍ୟାକ ଯେଉଁମାନଙ୍କର ତେଲିଆ ତ୍ୱଚା ସେମାନଙ୍କ ପାଇଁ ବେଶ ଉପଯୋଗୀ। ଟମାଟୋକୁ ପେଷି ଦିଅନ୍ତୁ। ଏଥିରେ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ପରେ ଥଣ୍ଡା ପାଣିରେ ଏହାକୁ ଧୋଇ ଦିଅନ୍ତୁ।
କାକୁଡ଼ି ଫେସପ୍ୟାକ –
କାକୁଡ଼ି ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ ଅଟେ। କାରଣ ଏଥିରେ ବହୁ ପରିମାଣରେ ଜଳୀୟଅଂଶ ରହିଛି। ସେହିପରି ମୁହଁରେ କାକୁଡ଼ିରେ ପ୍ରସ୍ତୁତ ଫେସପ୍ୟାକ ଲଗାଇବା ବେଶ ଲାଭଦାୟକ। ପ୍ରଥମେ କାକୁଡ଼ିର ଚୋପା ଛଡ଼ାଇ ଏଥିରେ ଚିନି ମିଶାଇ ପେଷି ଦିଅନ୍ତୁ। ଏହାକୁ ୧୫ ମିନିଟ ଫ୍ରିଜରେ ରଖି ଦିଅନ୍ତୁ। ଏହା ପରେ ଏହାକୁ ମୁହଁରେ ଲଗାଇ ୧୦ ମିନିଟ ରଖନ୍ତୁ। ପରେ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ୨ଥର ଲଗାଇବା ଦ୍ୱାରା ମୁହଁ ଖୁବ ସୁନ୍ଦର ହୋଇଥାଏ ଓ କଳା ପଡ଼ିନଥାଏ।
ତରଭୂଜ ଫେସପ୍ୟାକ –
ତରଭୂଜର ଫେସପ୍ୟାକ ତ୍ୱଚା ପାଇଁ ବେଶ ଉପଯୋଗୀ। ପ୍ରଥମେ କାକୁଡ଼ିର ରସ, ତରଭୂଜ ରସ, ଦହିକୁ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହା ପରେ ଏହାକୁ ମୁହଁରେ ଲଗାଇ ୨୦ ମିନିଟ ପରେ ଧୋଇ ଦିଅନ୍ତୁ। ଏହା ମୁହଁର ସୌନ୍ଦର୍ୟ୍ୟକୁ ବଢାଇବା ସହ ଏହା ମୁହଁ ପାଇଁ ଆଶୀର୍ବାଦ ଅଟେ।

Comments are closed.