ସୁନା ଦୋକାନୀଙ୍କ ଠାରୁ ୩ କେଜି ସୁନା ସହ ୨ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

ଗୁଣୁପୁର – ରାୟଗଡା ଜିଲ୍ଲା ଗୁଣୁପୁର ସହରରେ ଚାଞ୍ଚଲ୍ୟ । ଦିନରେ ଲୁଟେରାଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । ସ୍ଥାନୀୟ ହଳଦିଆ ନାଳ ମୁଖ୍ୟ ରାସ୍ତା ରେ ଥିବା ଏସ ଏସ ଜୁଏଲେରୀ ମାଲିକ ଏସ ବାବା ପ୍ରସାଦ ରାଓ ଦୋକାନ ଖୋଲିବା କୁ ଯାଉଥିବା ବେଳେ ଦୋକାନ ସମ୍ମୁଖରେ ବ୍ୟାଗ ଝାମ୍ପି ନେଇ ବାଇକ ରେ ବିଜୁଳି ବେଗରେ ଚାଲି ଯାଇଛନ୍ତି ଲୁଟେରା ।

ସେହି ବ୍ୟାଗରେ ୩ କେଜି ସୁନା ସହ ୨ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଥିବା ଦୋକନି ମାଲିକ ରାଓ ସୂଚନା ଦେଇଛନ୍ତି । ଏନେଇ ଗୁଣୁପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ତରଫରୁ ତଦନ୍ତ ଆରମ୍ଭ କରାଯାଇଛି । ବିଭିନ୍ନ ସ୍ଥାନର ସିସି ଟିଭି ଫୁଟେଜ କୁ ପୋଲିସ ସଂଗ୍ରହ କରି ତଦନ୍ତ ଜାରି ରଖିଛି ।

Comments are closed.