ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଠାରୁ ଆରମ୍ଭ କରି ମୋଟାପଣ ହ୍ରାସ କରିବା ପର୍ଯ୍ୟନ୍ତ – ଉପକାରୀ ଛତୁ

ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଅତ୍ୟନ୍ତ ଜରୁରୀ। ବର୍ତ୍ତମାନ କରୋନା ଅବଧି ହେତୁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଖୁବ୍ ଦୃଢ ଏବଂ ଆପଣଙ୍କ ମେଦବହୁଳତା ନିୟନ୍ତ୍ରିତ ରହିଛି ତେବେ ଆପଣ ଅନେକ ରୋଗରୁ ରକ୍ଷା ପାଇପାରିବେ। ଏଥିପାଇଁ ଲୋକମାନେ ଅନେକ ଜିନିଷ ଖାଇଥାନ୍ତି, ଯାହା ଦ୍ୱାରା ସେମାନଙ୍କର ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇପାରିବ। ଏହା ସହ ଲୋକମାନେ ମୋଟାପଣକୁ ନିୟନ୍ତ୍ରଣ କରିବା ପାଇଁ ଡାଏଟିଂ ମଧ୍ୟ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଛତୁ ଆମ ଶରୀରକୁ କେତେ ଲାଭ ଦେଇପାରେ? ପୁଷ୍ଟିକର ଗୁଣରେ ଭରପୂର ଛତୁରେ ଔଷଧୀୟ ଗୁଣ ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ଛତୁ ଖାଇବା ଦ୍ୱାରା ଆମ ଶରୀରକୁ କ’ଣ ଲାଭ ମିଳେ।

ପୋଟାସିୟମ୍, ପ୍ରୋଟିନ୍, ଆଣ୍ଟିଅକ୍ସିଡାଣ୍ଟ, ଫାଇଟୋକେମିକାଲ୍ସ , ଭିଟାମିନ୍-ସି, ବି ଏବଂ ଡି ପରି ଅନେକ ପୋଷକ ତତ୍ତ୍ୱରେ ଭରପୂର ଥାଏ ଛତୁ। ଯାହା ଦ୍ବାରା ମଣିଷକୁ ଅନେକ ରୋଗରୁ ଦୂରେଇ ରଖିବାରେ ବହୁତ ସାହାଯ୍ୟ କରିଥାଏ। ଛତୁ ଖାଇବା ଆମ ହାଡ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଡି, ପୋଟାସିୟମ୍, ଫସଫରସ୍ ଏବଂ କ୍ୟାଲସିୟମ୍ ଥାଏ, ଯାହା ଆମ ହାଡକୁ ମଜବୁତ କରିବାରେ କାମ କରେ।

ଛତୁରେ କ୍ୟାଲୋରୀ ଏବଂ ଚର୍ବି କମ୍ ଥାଏ, ଯେଉଁ କାରଣରୁ ଏହା ବ୍ୟକ୍ତିର ଓଜନ ବୃଦ୍ଧିକୁ ରୋକିବାରେ ବହୁ ସାହାଯ୍ୟ କରେ। କେବଳ ଏତିକି ନୁହେଁ, ଛତୁରେ ପ୍ରୋଟିନ୍ ଏବଂ ପୁଷ୍ଟିକର ଉପାଦାନ ମଧ୍ୟ ଥାଏ, ଯାହା ଆମ ପେଟ ପୁରି ରହିବା ଭଳି ଅନୁଭବ ହୁଏ। ଏହା ଦ୍ବାରା ଆମେ ଅଧିକ ଖାଦ୍ୟ ଖାଉନାହୁଁ ଏବଂ ଏହି କାରଣରୁ ଆମର ମେଦବହୁଳତା ଏବଂ ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।

ଆଜିର ଦିନରେ, ଆମେ ଆମର ରୋଗ ପ୍ରତିରୋଧକ ଶକ୍ତି ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। କାରଣ ଯଦି ଆମର ରୋଗ ପ୍ରତିରୋଧକ ଶକ୍ତି ଦୃଢ ହୁଏ, ତେବେ ଆମେ ଅନେକ ରୋଗରୁ ରକ୍ଷା ପାଇପାରିବା। ଛତୁ ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ସାହାଯ୍ୟ କରିଥାଏ । ଏଥିରେ ଫାଇଟୋକେମିକାଲ୍ସ , ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଏହାକୁ ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ କାମ କରେ। ପରିବର୍ତ୍ତିତ ଋତୁରେ ଜଣେ ବ୍ୟକ୍ତିଙ୍କୁ ସଂକ୍ରମଣରୁ ରକ୍ଷା କରିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଛତୁ ସାହାଯ୍ୟ କରେ।

ଛତୁରେ ଥିବା ଫୋଲିକ୍ ଏସିଡ୍ ଏବଂ ଆଇରନ୍ ଆମ ଶରୀରରେ ହେମୋଗ୍ଲୋବିନ୍ ର ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏଥିରେ କମ୍ ଚର୍ବି ମଧ୍ୟ ଥାଏ, ଯାହା ଦ୍ବାରା ହୃଦଘାତ ଜନିତ ବିପଦରୁ ରକ୍ଷା କରିବା ପାଇଁ ମଧ୍ୟ ସହାୟକ ହୋଇଥାଏ। ହଜମ ପ୍ରକ୍ରିୟାକୁ ମଧ୍ୟ ସଠିକ୍ ରଖେ।

Comments are closed.